ଖେଳୁ ଖେଳୁ କୂଅ ଭିତରେ ପଡିଗଲା ୨ ବର୍ଷର ଶିଶୁ, ଉଦ୍ଧାର ବେଳକୁ ନଥିଲା ଜୀବନ

Published By : Prameya-News7 Bureau | March 09, 2020 IST

କେନ୍ଦୁଝର୯/୩: ଖେଳୁ ଖେଳୁ କୂଅରେ ପଡ଼ିଗଲା ୨ ବର୍ଷର ଶିଶୁ।ଉଦ୍ଧାର ବେଳକୁ ନଥିଲା ଜୀବନ। ପିଲାଟି ଉପରେ ବାପା ଓ ମାଆଙ୍କ ନିଘା ନଥିବାରୁ ୨ ବର୍ଷର ଶିଶୁ କୂଅରେ ପଡ଼ି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।ଏହି ଘଟଣାରେ ଗାଁରେ ଶୋକ ଛାୟା ଖେଳି ଯାଇଛି।

{"id":235486,"sizeSlug":"large"}

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଘର ପାଖରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡି ଦୁଇ ବର୍ଷର ଶିଶୁପୁତ୍ର ପଡ଼ି ଯାଇଥିଲା। ଏ ଘଟଣାକୁ ନେଇ ପରିବାରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

{"id":235488,"sizeSlug":"large"}

ସୂଚନା ମୁତାବକ ଗ୍ରାମର ଟୁନା ମୁଣ୍ଡା ଙ୍କ ଦୁଇ ବର୍ଷର ଜଗା ମୁଣ୍ଡା ଖେଳୁ ଥିବା ସମୟରେ କୂଅ ଭିତରେ ଖସି ପଡିଥିଲା। ପରିବାର ଲୋକେ ଜାଣିବା ପରେ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ ହେଁ ଡାକ୍ତର ଶିଶୁପୁତ୍ର କୁ ମୃତ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.