Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

୧୯୪୬ ଏକ ପ୍ରେମ କାହାଣୀ: ବିଚ୍ଛେଦର ୭୦ ବର୍ଷ ପରେ ୯୦ ବର୍ଷ ବୟସ୍କ ସ୍ୱାମୀ ଭେଟିଲେ ତାଙ୍କ ପ୍ରଥମ ପତ୍ନୀଙ୍କୁ

28/12/2018 at 2:15 PM

କୂନ୍ନୁର୨୮|୧୨: ବିବାହ ବିଚ୍ଛେଦର ୭୨ ବର୍ଷ ପରେ ସ୍ୱାମୀ ଭେଟିଛନ୍ତି ପୂର୍ବତନ ସ୍ତ୍ରୀଙ୍କୁ | ଘଟଣା କୂନ୍ନୁରର | ୯୦ ବର୍ଷ ବୟସ୍କ ନାରାୟଣନ ନାମ୍ବିଆରଙ୍କ ପରିବାର ସାକ୍ଷାତ କରିଥିଲେ ୮୫ ବର୍ଷ ବୟସ୍କା ତାଙ୍କ ପୂର୍ବତ୍ତନ ସ୍ତ୍ରୀ ସାରଦାଙ୍କୁ | ସ୍ୱାମୀଙ୍କୁ ଦେଖି ସାରଦା ଲାଜେଇ ଯାଇଥିଲେ | ସୂଚନା ଅନୁଯାୟୀ, ନାରାୟଣନ ଏବଂ ସାରଦା ବିବାହ ପରେ ବର୍ଷେ ମଧ୍ୟ ଏକାଠି ରହିନଥିଲେ | ୧୯୪୬ ମସିହାରେ ଉଭୟଙ୍କ ବିବାହ ହୋଇଥିଲା | ବିବାହ ବେଳେ ନାରାୟଣନଙ୍କ ବୟସ ୧୮ ବର୍ଷ ଥିଲା ଓ ସାରଦାଙ୍କ ବୟସ ଥିଲା ୧୩ ବର୍ଷ | କିଛି ରାଜନୈତିକ କାରଣ ଏବଂ ଦୁର୍ଭାଗ୍ୟର ବଶବର୍ତ୍ତୀ ହୋଇ ଉଭୟ ପରସ୍ପରଠୁ ଅଲଗା ହୋଇଯାଇଥିଲେ | ଅଲଗା ହେବାପରେ ଉଭୟ ଅନ୍ୟତ୍ର ବାହା ହୋଇ ନିଜ ନିଜର ଘର ସଂସାର କରିଥିଲେ | ତେବେ ତାଙ୍କ ପରିବାରଲୋକେ ଉଭୟଙ୍କୁ ପୁଣିଥରେ ସାକ୍ଷାତ କରେଇବା ପାଇଁ ଚେଷ୍ଟା କରିଥିଲେ | ଉଭୟ ନାରାୟଣନ ଏବଂ ସାରଦାଙ୍କ ପ୍ରେମ କାହାଣୀରେ ଥିଲା, ହସଖୁସି, ଦୁଃଖ, ବେଦନା, ବିରୋଧୀ ସମ୍ପ୍ରଦାୟ, ଉପନିବେଶ ବିରୋଧୀ ରାଜନୀତି |

ନାରାୟଣନ ଏବଂ ସାରଦାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ୧୯୪୬ ମସିହାରେ ଏବଂ ସେହି ବର୍ଷ ଶେଷ ମଧ୍ୟ ହୋଇଥିଲା | ତାଙ୍କ ବାହାଘର ୮ ମାସ ପରେ ଭାଙ୍ଗି ଯାଇଥିଲା | ନାରାୟଣାନ ଏବଂ ତାଙ୍କ ବାପା କୃଷକ ଆନ୍ଦୋଳନରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିଲେ | ୧୯୪୬ ମସିହା ଡିସେମ୍ବର ୩୦ ତାରିଖରେ ନାରାୟଣାନ ଏବଂ ଅନ୍ୟ ୫୦୦ ସ୍ୱୟଂସେବକ ଆନ୍ଦୋଳନରେ ଯୋଗ ଦେଇଥିଲେ |

ମାଲବାର ପୋଲିସର ସ୍ୱତନ୍ତ୍ର ଅଫିସର କେରଳର ସାମନ୍ତବାଦ ଶାସକଙ୍କ ରକ୍ଷା ପାଇଁ ବ୍ରିଟିଶ ସରକାରଙ୍କ ଦ୍ୱାରା ନିୟୋଜିତ ହୋଇଥିଲେ | ସାମନ୍ତବାଦ ଶାସକ ସେହି ରାତିରେ ହିଁ ପାହାଡକୁ ଘେରିଥିଲେ ଏବଂ ଗୁଳି କରିଥିଲେ | ଗୁଳି ବିନିମୟରେ ୫ଜଣ ନିହତ ହୋଇଥିଲେ | ଏହାପରେ ନାରାୟଣାନ ଏବଂ ତାଙ୍କ ବାପା ଅଣ୍ଡର ଗ୍ରାଉଣ୍ଡ ହୋଇଯାଇଥିଲେ | କିଛି ଦିନ ପରେ ଉଭୟଙ୍କୁ ପୋଲିସ ଗିରଫ କରିଥିଲା ଏବଂ କୂଂନୁର ଏବଂ ସାଲେମ ଜେଲରେ ବନ୍ଦୀ କରି ରଖିଥିଲା | ନାରାୟଣାନଙ୍କ ଶରୀରରେ ଗୁଳି ବାଜି ୧୬ଟି ଜାଗାରେ ଆଘାତ ହୋଇଥିଲା | କିନ୍ତୁ ଗୋଟିଏ ଗୁଳି ତାଙ୍କୁ ବାଜିଥିଲା | ତେବେ ନାରାୟଣନଙ୍କ ବାପାଙ୍କୁ ଆନ୍ଦୋଳନ ସାମିଲ ହୋଇଥିବ ନେଇ ବ୍ରିଟିଶ ସରକାର ଜେଲ ଭିତରେ ଗୁଳି କରି ହତ୍ୟା କରିଥିଲେ |

ଡିସେମ୍ବର ୩୧ ତାରିଖ ସକାଳେ ମାଲବାର ପୋଲିସର ୬୦ ଜଣ କର୍ମଚାରୀ ନାରାୟଣନଙ୍କ ଘରେ ପହଂଚିଥିଲେ | ଘରେ ସେତେବେଳେ ନାରାୟଣନଙ୍କ ସ୍ତ୍ରୀ ଏବଂ ତାଙ୍କ ମା’ ଥିଲେ | ସେମାନେ ଘରର ସମସ୍ତ ଆସବାବପତ୍ର ସହ ଘରେ ଥିବା ସମସ୍ତ ରାସନକୁ ଫୋପାଡ଼ି ଦେଇଥିଲେ | ନାରାୟଣନ ଏବଂ ତାଙ୍କ ବାପା ଜେଲରୁ ଖସି ଆସିଥିବା ଏବଂ ତାଙ୍କ ଘରେ ଲୁଚିଥିବା ଆଶଙ୍କା ନେଇ ପୋଲିସ କର୍ମଚାରୀ ତାଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲେ | ତେବେ ଉଭୟଙ୍କ ମଧ୍ୟରୁ କାହାକୁ ନପାଇ ସେମାନେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ |

ନାରାୟଣନଙ୍କ ଘର ବାହୁଡା ଆଶା ତାଙ୍କ ମା’ ସମ୍ପୂର୍ଣ ଭାବେ ଛାଡି ଦେଇଥିଲେ | ସବୁବେଳେ ପୋଲିସ କର୍ମଚାରୀ ଆସି ତାଙ୍କୁ ଏବଂ ସାରଦାଙ୍କୁ ହଇରାଣ ହରକତ କରୁଥିଲେ | ହିଂସା ଏବଂ ଜୀବନ ଭୟରେ ନାରାୟଣନଙ୍କ ମା’ ସାରଦାଙ୍କୁ ତାଙ୍କ ବାପା ଘରକୁ ପଠେଇ ଦେବାପାଇଁ ନିଷ୍ପତ୍ତି ନେଲେ | ସାରଦାଙ୍କ ବାପା ଘରଲୋକେ ପୁଣିଥରେ ସାରଦାଙ୍କ ବିବାହ ଅନ୍ୟ ଜାଗାରେ କରିଦେଇଥିଲେ |

୧୯୫୪ ମସିହାରେ ନାରାୟଣନ ଜେଲରୁ ମୁକୁଳି ଘରକୁ ଫେରିଥିଲେ | ଘରକୁ ଫେରି ସେ ଜାଣିବାକୁ ପାଇଥିଲେ ଯେ, ସାରଦାଙ୍କର ପୁଣିଥରେ ବିବାହ ହୋଇସାରିଛି | ନିଜେ ନାରାୟଣନ ମଧ୍ୟ ଅନ୍ୟ ଜଣଙ୍କୁ ବିବାହ କରିଥିଲେ | ଦ୍ୱିତୀୟ ସ୍ତ୍ରୀଠୁ ନାରାୟଣଙ୍କ ୭ଟି ପୁଅଝିଅ ଥିଲେ |    

ନାରାୟଣନଙ୍କ ଭାଣିଜୀ ଶାଂଥା କାଭୂମିବାଇ ଜଣେ ଲେଖିକା ଥିଲେ | ସେ ନାରାୟଣନଙ୍କ ଜୀବନ ଉପରେ ଏକ ଉପନ୍ୟାସ ଲେଖିଥିଲେ, ଯାହାର ନାଁ ଥିଲା ୩୦ ଡିସେମ୍ବର |

ସାରଦାଙ୍କ ପୁଅ ଭାର୍ଗବ ଓ ଶାଂଥାଙ୍କ ସାକ୍ଷାତ ହୋଇଥିଲା | ଏମାନେ ନିଜ ନିଜ ପରିବାର ସଦସ୍ୟଙ୍କ କଥା ହୋଇ ଉଭୟ ନାରାୟଣନ ଏବଂ ସାରଦାଙ୍କୁ ସାକ୍ଷାତ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ | ସେମାନେ ଭାର୍ଗବଙ୍କ ଘରେ ଏକ ବନ୍ଧୁମିଳନ ଆୟୋଜନ କରିଥିଲେ | ନାରାୟଣନଙ୍କୁ ସ୍ୱାଗତ କରିବା ପାଇଁ ସାରଦାଙ୍କ ପରିବାର ଖୁସିରେ କେରଳର ପାରମ୍ପରିକ ବ୍ୟଞ୍ଜନ ରୋଷେଇ କରିଥିଲେ | ନାରାୟଣନ ଏଠାରେ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ | ଏପଟେ ସାରଦା ଲାଜ ଲାଜ ମୁହଁରେ ତଳକୁ ଚାହିଁ ବସିଥିଲେ | ତେବେ ଉଭୟଙ୍କ ମନରେ ପରସ୍ପରକୁ ନେଇ କୌଣସି ରାଗ ଅଭିମାନ ନଥିଲା | ବିଦାୟ ନେବାବେଳେ ନାରାୟଣନ ସାରଦାଙ୍କ ମୁଣ୍ଡରେ ହାତ ରଖି କହିଥିଲେ ସେ ଏବେ ବିଦାୟ ନେଉଛନ୍ତି |   

   Related Posts