Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଅଧ ଘଣ୍ଟା ଯାଏଁ ପତ୍ନୀଙ୍କୁ ରାସ୍ତାରେ ଧରି ଆମ୍ବୁଲାନ୍ସ ଡାକୁଥିଲେ ସ୍ବାମୀ : ଆମ୍ବୁଲାନ୍ସ ନଆସିବାରୁ ମୃତ୍ୟୁ

4/06/2019 at 11:53 AM

ପିଞ୍ଜୈାର ୪/୬: ରବିବାର ସନ୍ଧ୍ୟା ପାଖାପାଖି ସାଢ଼େ ଛଅଟାବେଳେ ପିଞ୍ଜୈାର ଗାର୍ଡ଼େନ ସାମନାରେ ମୁଖ୍ୟ ରାସ୍ତାରେ ବାଇକରେ ଯାଉଥିବା ଜଣେ ଦମ୍ପତିଙ୍କୁ ଟ୍ରକ୍ ଧକ୍କା ଦେଇଛି। ଧକ୍କା ପରେ ରାସ୍ତାରେ ପଡ଼ିଥିବା ମହିଳାଙ୍କ ମୁଣ୍ଡରେ ଟ୍ରକର ଟାୟାର ଚଢ଼ିଯାଇଥିଲା। ପୋଲିସ୍ ଶବକୁ ପୋଷ୍ଟମର୍ଟମ୍ ପାଇଁ କାଲକା ହସ୍ପିଟାଲର ଶବଗୃହରେ ରଖିଛି। ପୋଲିସ୍ ଟ୍ରକକୁ ଜବତ କରିଥିବାବେଳେ ଡ୍ରାଇଭର ଏଯାଏଁ ଫେରାର ରହିଛି।

ମୋରଣୀ ଗାଁର ଭଙ୍ଗାରରେ ରହୁଥିବା ଗୈାତମ ଶର୍ମା ନିଜ ପତ୍ନୀ ଜ୍ୟୋତି ଶର୍ମା(୧୯)ଙ୍କ ସହ ବାଇକରେ ଟକସାଲ,ପରବାଣୁକୁ ଯାଉଥିଲେ। ତାଙ୍କ ସହ ଗୈାତମଙ୍କ ସାନ ଭାଇ ମଧ୍ୟ ଥିଲେ। ପିଞ୍ଜୈାର ଗାର୍ଡ଼େନ ସାମନାରେ ପଛରୁ ଏକ ଟ୍ରକ୍ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ୩ଜଣ ପଡ଼ି ଯାଇଥିଲେ,ସେହି ସମୟରେ ଜ୍ୟୋତିଙ୍କ ମୁଣ୍ଡରେ ଟ୍ରକର ଟାୟାର ଚଢ଼ିଯାଇଥିଲା। ଗୈାତମଙ୍କ ମାସେ ପୂର୍ବରୁ ବିବାହ ହୋଇଥିଲା। ଅତ୍ୟନ୍ତ ଲଜ୍ଜାର ବିଷୟ​ ଯେ ଖରାପ ସିଷ୍ଟମ ଯୋଗୁଁ ଜଣଙ୍କର ଜୀବନ ଚାଲିଗଲା।

ଏହି ଦୁର୍ଘଟଣା ପାଖାପାଖି ସନ୍ଧ୍ୟା ସାଢ଼େ ଛଅଟାରେ ହୋଇଥିଲା। ଜ୍ୟୋତିଙ୍କ ମୁଣ୍ଡରେ ଟାୟାର ଚଢ଼ିଯିବାରୁ ଜ୍ୟୋତିଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଥିଲା। ରାସ୍ତାରେ ଯନ୍ତ୍ରଣାରେ ଛଟପଟ ହେଉଥିବା ପତ୍ନୀଙ୍କ ମୁଣ୍ଡରେ ତାଙ୍କ ଓଢ଼ଣୀ ଘୋଡ଼ାଇ ଗୈାତମ ତାଙ୍କୁ କୋଳରେ ଧରି ବସିଯାଇଥିଲେ। ଜୋରରେ ଚତ୍କାର କରି ଆମ୍ବୁଲାନ୍ସ ପାଇଁ ପାଟି କରିଥିଲେ। ପୋଲିସ୍ ଥାନା ଏବଂ ପିଏଚସି ଘଟଣାସ୍ଥଳଠୁ କେବଳ ୩୫୦ମିଟର ଦୂର ହୋଇଥିବା କାରଣରୁ ଆମ୍ବୁଲାନ୍ସ ସେଠାକୁ ପହଞ୍ଚି ପାରିନଥିଲା। ଫଳରେ ମହିଳା ଜଣକ ଆଖି ବୁଜି ଦେଇଥିଲେ।

   Related Posts