ସାନଖେମୁଣ୍ଡି ଏବଂ ପାତ୍ରପୁରରେ ୧୦୦ ବେଡ୍ ବିଶିଷ୍ଟ କୋଭିଡ୍ କେୟାର୍ ସେଣ୍ଟର୍ ଆରମ୍ଭ

Published By : Prameya-News7 Bureau | July 12, 2020 IST

ବ୍ରହ୍ମପୁର୧୨/୭: ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଜିଲ୍ଳାମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାରେ କରୋନା ଆକ୍ରାନ୍ତ ସଂଖ୍ୟା ସର୍ବାଧିକ ରହିଛି। ବ୍ରହ୍ମପୁର ସହର ସଟ୍‌ଡାଉନ୍‌ ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ସଟଡାଉନ୍‌ ଏବଂ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଲକ୍ଷ୍ୟ କରି  ଗଞ୍ଜାମ ଜିଲ୍ଳାର ସାନଖେମୁଣ୍ଡି ଏବଂ ପାତ୍ରପୁର ଠାରେ ୧୦୦ ବେଡ୍ ବିଶିଷ୍ଟ କୋଭିଡ୍ କେୟାର୍ ସେଣ୍ଟର୍ ଆରମ୍ଭ ହୋଇଛି।

{"id":299437,"sizeSlug":"large"}

ଏହାସହ ଆଉ କିଛିଦିନ ମଧ୍ୟରେ ୮୫୦ ବିଶିଷ୍ଟ ଏକ କୋଭିଡ୍‌ କେୟାର ଆରମ୍ଭ ହେବ ବୋଲି ଗଞ୍ଜାମ ଜିଲ୍ଳାପାଳ ସୂଚନା ଦେଇଛନ୍ତି। ଏପଟେ କଟକ ଓ ଭୁବନେଶ୍ବର ୨ଟି ସହରରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟର ଜିଲ୍ଳାମାନଙ୍କ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ପ୍ରତିଦିନ ଅବଗତ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.