Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ଟ୍ରେନର ଷ୍ଟକ୍ ରଖିବାକୁ ଅନୁରୋଧ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ହକି ବିଶ୍ବକପର ଆଜି ୯ମ ଦିନ : ସ୍ପେନ-ନ୍ୟୁଜିଲାଣ୍ଡ,ଆର୍ଜେଣ୍ଚିନା-ଫ୍ରାନ୍ସ ମଧ୍ୟରେ ହେବ ମୁକାବିଲା

6/12/2018 at 11:47 AM

ହକି ବିଶ୍ବକପର ଆଜି ୯ମ ଦିନ। ଆଜିଠୁ ଆରମ୍ଭ ବିଶ୍ବକପର ତୃତୀୟ ରାଉଣ୍ଡ। ଆଜି ଗ୍ରୁପଏରେ ଖେଳାଯିବ ଦୁଇଟି ମ୍ୟାଚ। ସ୍ପେନ-ନ୍ୟୁଜିଲାଣ୍ଡ,ଆର୍ଜେଣ୍ଚିନା-ଫ୍ରାନ୍ସ ମଧ୍ୟରେ ହେବ ମୁକାବିଲା । ଏଯାଏ ଖେଳିଥିବା ଦୁଇଟି ମ୍ୟାଚରୁ ଦୁଇଟି ବିଜୟ ସହିତ ଟୁର୍ଣ୍ଣାମେଣ୍ଟରେ ଟିମ୍ ଟୁ  ବିଟ୍ ରହିଛି ଆର୍ଜେଣ୍ଟିନା। ଫ୍ରାନ୍ସକୁ ହରାଇ ସିଧା କ୍ବାର୍ଟରଫାଇନାଲ ଖେଳିବା ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ ଆର୍ଜେଣ୍ଟିନା। ଆଜିର ମ୍ୟାଚରେ ଆର୍ଜେଣ୍ଟିନାକୁ ଫେବରାଇଟ ଆକଳନ କରୁଛନ୍ତି ଏକ୍ସପର୍ଟ।

ସେପଟେ ଦ୍ବିତୀୟ ମ୍ୟାଚରେ ସ୍ପେନ-ନ୍ୟୁଜିଲାଣ୍ଡ ମୁକାବିଲାରେ ଖେଳ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଏକ୍ସପର୍ଟ ପୂର୍ବାନୁମାନ କରିଛନ୍ତି। ଉଭୟ ଦଳ କ୍ରସଓଭର ଖେଳିବା ଏକପ୍ରକାର ନିଶ୍ଚିତ ହୋଇଥିବାରୁ କେହି କାହାରିକୁ ମଇଦାନରେ ଇଞ୍ଚ ସ୍ପେଷ୍ ଦେବାକୁ ଚାହିଁବେନି। ପ୍ରଥମ ମ୍ୟାଚରେ ଫ୍ରାନ୍ସକୁ ୨-୧ରେ ହରାଇବାପରେ ଆର୍ଜେଣ୍ଟିନାଠାରୁ ୦-୩ ଗୋଲରେ ନ୍ୟୁଜିଲାଣ୍ଡ ଶୋଚନୀୟ ପରାସ୍ତ ହୋଇଥିଲା। ସେହିପରି ସ୍ପେନ ପ୍ରଥମ ମ୍ୟାଚରେ ୩-୪ଗୋଲରେ ଆର୍ଜେଣ୍ଟିନାଠୁ ହାରିଥିବାବେଳେ ଫ୍ରାନ୍ସ ବିପକ୍ଷ ମ୍ୟାଚ ୧-୧ରେ ଡ୍ର ହୋଇଥିଲା।

   Related Posts