Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଜାମ୍ମୁ ବସ ଷ୍ଟାଣ୍ଡରେ ହୋଇଥିବା ଗ୍ରେନେଡ଼ ବିସ୍ଫୋରଣ କରିଥିଲା ଜଣେ ନବମ ଶ୍ରେଣୀର ଛାତ୍ର : ବିସ୍ଫୋରଣ ପାଇଁ ହିଜବୂଲ କମାଣ୍ଡର ଦେଇଥିଲା ୫୦ ହଜାର ଟଙ୍କା

9/03/2019 at 12:52 PM

ଜାମ୍ମୁ କାଶ୍ମୀର ୯/୩ : ଜାମ୍ମୁ କାଶ୍ମୀର ବସ ଷ୍ଟାଣ୍ଡରେ ବସରେ ଗ୍ରେନେଡ଼ ବିସ୍ଫୋରଣ କରିଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ | ବିସ୍ଫୋରଣ କରିଥିବା ଅଭିଯୁକ୍ତ ନାବାଳକ ବୋଲି ଜଣାପଡିଛି | ଆତଙ୍କବାଦୀ ୟାସୀର ଭଟ୍ଟର ବୟସ ୧୬ ବର୍ଷ | ୟାସୀର ନିଜ ୩ ଭାଇ ଭଉଣୀଙ୍କ ମଧ୍ୟରୁ ବଡ | ସେ ନବମ ଶ୍ରେଣୀରେ ପଢେ | ୟାସୀର ବାପା ଜଣେ ପେଣ୍ଟର | ୟାସୀର ଗୁରୁବାର ଦିନ ବସ ଷ୍ଟାଣ୍ଡରେ ଛିଡା ହୋଇଥିବା ଏକ ବସରେ ଗ୍ରେନେଡ଼ ଫୋପାଡ଼ି ଦୌଡ଼ି ପଳାଇଥିଲା | ଦୌଡିବା ବେଳେ ସେ ପୋଲିସ ହାତରେ ଧରା ପଡିଥିଲା | ୟାସୀରର ଆଧାର କାର୍ଡ, ସ୍କୁଲ ସାର୍ଟିଫିକେଟରେ ତାର ଜନ୍ମଦିନ ୨୦୦୩ ମସିହା ମାର୍ଚ୍ଚ ୧୨ ତାରିଖ ଲେଖା ଅଛି |


ଜାମ୍ମୁ କାଶ୍ମୀର ପୋଲିସ ଗୁରୁବାର ଦିନ ୟାସୀରକୁ ଗିରଫ କରି ପଚରାଉଚୁରା କରିଥିଲେ | ୟାସୀର ପୋଲିସ ଆଗରେ କହିଥିଲା ଯେ, ସେ ହିଜବୂଲ ମୁଜାହିଦ୍ଦିନ ସଂଗଠନର ଆତଙ୍କବାଦୀ | ହିଜବୂଲ କମାଣ୍ଡର ଅହମଦ ଭଟ୍ଟ ନିର୍ଦେଶାନୁସାରେ ସେ ବସରେ ଗ୍ରେନେଡ଼ ଫୋପାଡ଼ି ଥିଲା ବୋଲି କହିଥିଲା | ଏଥିପାଇଁ ତାକୁ ୫୦ ହଜାର ଟଙ୍କା ମିଳିଥିଲା | ଫାରୁକ ନାମକ ଆତଙ୍କବାଦୀ ତାକୁ ଗ୍ରେନେଡ଼ ଦେଇଥିଲା | ଆତଙ୍କବାଦୀମାନେ କାଶ୍ମୀରବାସୀଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ନାବାଳକ ପିଲାଙ୍କୁ ପୁଣି ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି |


ସୂଚନାଯୋଗ୍ୟ ଯେ, ଫାରୁକ ଅହମଦ ଭଟ୍ଟ ଜାମ୍ମୁ କୁଲଗାମରେ ରହେ | ସେ ୨୦୧୫ ମସିହାରେ ହିଜବୂଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା | ସେ ଏ ଗ୍ରେଡ଼ର ଆତଙ୍କବାଦୀ | ଶୁକ୍ରବାର ଦିନ ଫାରୁକ ଅହମଦ ଭଟ୍ଟର ଏକ ଫଟୋ ପୋଲିସ ହାତରେ ପଡିଥିଲା | ଫଟୋରେ ସେ ଅତ୍ୟାଧୁନିକ ରାଇଫଲ ଧରିଥିବା ଦେଖିବାକୁ ମିଳିଛି | ଫାରୁକ ଅହମଦ ଭଟ୍ଟ ଆତଙ୍କବାଦୀଙ୍କ ସହ କଳା କୁର୍ତା ପିନ୍ଧି ଫଟୋ ଉଠାଇଛି |


ଯାଞ୍ଚ ଅଧିକାରୀଙ୍କ ସୂଚନା ଅନୁଯାୟୀ, କୁଲଗାମ ଜିଲ୍ଲାରେ ସ୍ୱେଘୋଷିତ ହିଜବୂଲ ମୁଜାହିଦ୍ଦିନ ପ୍ରମୁଖ ଫୈଜାନ ଜାମ୍ମୁର ଜନଗହଳିପୂର୍ଣ୍ଣ ଅଂଚଳରେ ଗ୍ରେନେଡ଼ ବିସ୍ଫୋରଣ ଦାୟିତ୍ୱ ମୁଜମ୍ମୀଲକୁ ଦେଇଥିଲା | କିନ୍ତୁ ମୁଜମ୍ମୀଲ ଏଥିପାଇଁ ମନା କରିଦେଇଥିଲା | ସେ ଏହି କାମ ଆଉ ଜଣକୁ ଦେବା ପାଇଁ କହିଥିଲା |


ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୭ ତାରିଖ, ଗୁରୁବାର ଦିନ ଜାମ୍ମୁ ବସ ଷ୍ଟାଣ୍ଡରେ ଗ୍ରେନେଡ଼ ବିସ୍ଫୋରଣ ହୋଇଥିଲା | ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ | ଗତ ୧୦ ମାସ ଭିତରେ ଜାମ୍ମୁ ବସ ଷ୍ଟାଣ୍ଡରେ ତୃତୀୟ ଥର ପାଇଁ ହମଲା ହୋଇଥିଲା |

   Related Posts