୯ମ ଶ୍ରେଣୀ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା
6/01/2020 at 12:23 PM

ଆନନ୍ଦପୁର ୬/୧: ସୋସ ଥାନା ସଢା ଗାଁରେ ଜଣେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଗାଁର ସ୍ବର୍ଗତ ଗୋପାଳ ନାୟକଙ୍କ ପୁଅ ଶିବ। ଗୁରୁତର ଅବସ୍ଥାରେ ଆଜି ସକାଳୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବିଷ ପାନ ଯୋଗୁଁ ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଉଛି। ତେବେ ଗତକାଲି ମା ରଖିଥିବା ଟଙ୍କାରୁ ଦୁଇ ହଜାର ଟଙ୍କା ନେଇ ଶିବ କେଉଁଆଡେ ଚାଲିଯାଇଥିଲେ। ପରେ ଏନେଇ ମା ତାଙ୍କୁ ଆକଟ କରିବାରୁ ସେ ଏଭଳି କରିଥିବା ସଂଦେହ ହୋଇଛି।

Related Posts
ଗୋଟିଏ ଫୋନ୍ କଲ୍, ଆକାଉଣ୍ଟରୁ ଗାଏବ ହୋଇଗଲା ୬୦ ହଜାର ଟଙ୍କା
26 February 2021
ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର, ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ଆଶଙ୍କା
26 February 2021