କୁଆଡେ ଗଲେ ସେହନୱାଜ୍? ପୁଅର ବାଟ ଚାହିଁ ଲୁହ ଗଡ଼ାଉଛନ୍ତି ପରିବାର ଲୋକ,ଏଯାଏ ମିଳିନି ପତ୍ତା…
27/12/2019 at 7:58 PM

କଟକ୨୭/୧୨: ୨୨ ତାରିଖରୁ ନିଖୋଜ ହେଲେଣି । କିନ୍ତୁ ଏଯାଏ ମିଳୁନି ପତ୍ତା । ନିଖୋଜ ଛାତ୍ର ବାରବାଟୀ ଷ୍ଟାଡିୟମ ନିକଟସ୍ଥ ଜାଭିୟର ସ୍କୁଲର ସେକ୍ ସାହାନୱାଜ୍ ଅଲ୍ଲୀ । ୨୨ତାରିକ ସନ୍ଧ୍ୟାରେ ଟ୍ୟୁସନ ଯାଇ ଆଉ ଫେରିନାହାନ୍ତି । ପରିବାର ଲୋକେ ଥାନାରେ ମାମଲା ରୁଜୁ କରିଛନ୍ତି । ହେଲେ ପୋଲିସ ଅନ୍ଧାରରେ ବାଡି ବୁଲାଉଛି । ଏପେଟେ ୫ ଦିନ ହେଲାଣି ଘରେ କାନ୍ଦ ବୋବାଳି ପଡିଛି । କୁଆଡେ ଗଲେ ସେହନୱାଜ୍? କେଉଁଠି ନିଖୋଜ ଜାଭିୟର୍ସ ଛାତ୍ର ସେକ୍ ସେହନୱାଜ୍ ଅଲ୍ଲୀ? ପୁଅର ବାଟ ଚାହିଁ ପରିବାର ଲୋକ ଲୁହ ଗଡାଉଛନ୍ତି।

କେଉଁଠି ନିଖୋଜ ଜାଭିୟର୍ସ ଛାତ୍ର ସେହନୱାଜ୍। ଗତ ୨୨ ତାରିଖରୁ କେଶରପୁର ଟ୍ୟୁସନ ଯାଇ ଘରକୁ ଫେରିନାହାନ୍ତି। ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ସ୍ବତନ୍ତ୍ର ପୋଲିସ ଟିମ୍। କଟକ ବାରବାଟୀ ଷ୍ଟାଡିୟମ୍ ପରିସରରେ ଥିବା ସେଣ୍ଟ ଜାଭିୟର୍ସ ସ୍କୁଲ୍ର ନବମ ଶ୍ରେଣୀ ଛାତ୍ର ସେକ୍ ସାହାନୱାଜ୍ ଅଲ୍ଲୀ ନିଖୋଜ । ଗତ ୨୨ ତାରିଖ ସଂଧ୍ୟା ୬ଟାରେ ଘରୁ ଟ୍ୟୁସନ ଯାଇ ଆଉ ଫେରିନଥିଲେ ।

ସାହାନୱାଜ୍ ସେକ୍ବଜାରର ଭୋଲା ମିଆଁ ବଜାର ଗଳିରୁ କେଶରପୁର ଟ୍ୟୁସନ୍ ଯିବା ପାଇଁ ବାହାରିଥିଲେ । ସବୁ ଦିନ ପରି ସେଦିନ ବି ସେ ସାଙ୍ଗରେ ମୋବାଇଲ୍ ନେଇ ଥିଲେ । ଟ୍ୟୁସନ୍ରେ ପହଞ୍ଚି ଘରକୁ ଫୋନ୍ କରି ଜଣାଇବା ତାଙ୍କର ନିତିଦିନିଆ କାମ । ମାତ୍ର ୨୨ ତାରିଖ ଦିନ ନିର୍ଦ୍ଧାରିତ ୧୫ ମିନିଟ୍ ପରେ ଫୋନ୍ ନ ଆସିବାରୁ ତାଙ୍କ ମା ସାହାନୱାଜ ନେଇଥିବା ମୋବାଇଲ୍କୁ ଫୋନ୍ କରିଥିଲେ । ମାତ୍ର ସାହାନୱାଜ୍ ଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଥିଲା ।

ଲାଲବାଗ୍ ଥାନାରେ ପରିବାର ଲୋକେ ଏ ନେଇ ଅଭିଯୋଗ କରିଛନ୍ତି । ପୋଲିସ୍ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ କରୁଛି । ସିସିଟିଭି ଫୁଟେଜ୍ ଜାଞ୍ଚ କରିଛି ପୋଲିସ । ଅକ୍ଷୟ ମହାନ୍ତି ଲେନ୍ ପର୍ଯ୍ୟନ୍ତ ସାହାନୱାଜ୍ ଙ୍କ ଚିତ୍ର ସିସିଟିଭିରେ ଅଛି । ପୋଲିସ୍ କଟକ ରେଳ ଷ୍ଟେସନ୍ ଓ ବସ୍ ଷ୍ଟାଣ୍ଡ ସମେତ ଏକାଧିକ ସ୍ଥାନରେ ସିସି ଟିଭି ଫୁଟେଜ୍ ଯାଞ୍ଚ କରିଛି । ମାତ୍ର ସାହାନୱାଜଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳିପାରିନି । ଗୋଟିଏ ସ୍ବତନ୍ତ୍ର ଟିମ୍ ଘଟଣାର ଅନୁସନ୍ଧାନ କରୁଛି ବୋଲି କହିଛନ୍ତି ଡିସିପି ।
ସେପଟେ ସାହାନୱାଜଙ୍କ ସାଇକେଲ୍, ବ୍ୟାଗ, ଆଦି ବି ଏଯାଏ ଠାବ ହୋଇନି । ମୋବାଇଲ୍ ସୁଇଚ୍ ଅଫ ଥିବାରୁ ତାଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳୁପାରୁନି । ଏପଟେ ୫ ଦିନ ହେଲାଣି ଘରେ କାନ୍ଦ ବୋବାଳି ପଡିଛି । ପରିବାର ପକ୍ଷରୁ କ୍ରାଇମବ୍ରାଞ୍ଚରେ ମଧ୍ୟ ଏତଲା ଦିଆଯାଇଛି ।