Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

କୋଏଲ ନଦୀ ବ୍ରିଜ୍ ଉପରୁ ପାଣିକୁ ଡେଇଁ ୯ମ ଶ୍ରେଣୀ ଛାତ୍ର ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

26/09/2019 at 4:57 PM

ରାଉରକେଲା ୨୬|୯: ରାଉରକେଲାର ନବମ ଶ୍ରେଣୀ ଛାତ୍ର ନଦୀକୁ ଡ଼େଇଁ ନିଖୋଜ ହୋଇଛନ୍ତି । ନିଖୋଜ ଛାତ୍ରଙ୍କ ନାଁ ନିଲେଶ ଦାସ । ସେ କୋଏଲ ନଗର ସି-ବ୍ଲକ୍ ୧୮୧ରେ ରହୁଥିବା ନିର୍ମଳ ଦାସଙ୍କ ପୁଅ । ନିଖୋଜ ଛାତ୍ର ନିଲେସ ଜଗଦା ସ୍ଥିତ ଏମଜିଏମ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ସାଇକଲ ଯୋଗେ ସ୍କୁଲକୁ ସକାଳ ୭ଟାରେ ଯାଇଥିଲେ ପରେ ସ୍କୁଲ ଦିନ ଗୋଟାଏରେ ଛୁଟି ହୋଇଥିଲା । ନିଲେସ ଘରେ ନ ପହଚିଂବାରୁ ତାଙ୍କ ବାପା ନିର୍ମଳ ଦାସ ସ୍କୁଲକୁ ଯାଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପଚରାଉଚରା କରିବାରୁ ସନ୍ତୋଷଜନକ ଉତ୍ତର ମିଳିନଥିଲା । କିନ୍ତୁ ନିଲେସର ବ୍ୟାଗ ସ୍କୁଲ ପରିସରରୁ ମିଳିଥିଲା । ବାପା ପୁଅକୁ ଖୋଜାଖୋଜି କରିବାରୁ ଝିରିପାଣି କୋଏଲ ନଦୀ ବ୍ରିଜ ଉପରେ ନିଲେସଙ୍କ ସାଇକଲ ପଡିଥିବା ଜାଣିବାକୁ ପାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସାଇକେଲ ବ୍ରିଜ ଉପରେ ରଖି ସେ ନଦୀ ଗର୍ଭକୁ ଡେଇଁପଡିଥିଲେ । ଘଟଣାସ୍ଥଳରେ ଝିରପାଣି ପୋଲିସ ଏବଂ  ଓଡ୍ରାଫ ଟିମ୍ ସହ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।

   Related Posts