ସାଇକେଲରେ ଯାଉଥିବା ବେଳେ ଗଛ ପଡି ୯ମ ଶ୍ରେଣୀ ଛାତ୍ରୀ ଗୁରୁତର

Published By : Prameya-News7 Bureau | September 01, 2019 IST

କେନ୍ଦ୍ରାପଡ଼ା ୧।୯: କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ କଜଳାଠାରେ ଗଛ ପଡି ଜଣେ ନବମ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ରୀ ଜଣଙ୍କ କଜଳା ଗ୍ରାମର ଶେଜଲ ବଳ ବୋଲି ଜଣାପଡିଛି ।

{"id":151648}

ସୂଚନାଯୋଗ୍ୟ ଯେ, ଶେଜଲ ଆଜି ସକାଳୁ ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ କଜଳା ଅର୍ବାନ ବ୍ୟାଙ୍କ୍ ପଛ ରାସ୍ତାରେ ଥିବା ଏକ ଝାଉଁ ଗଛକୁ ସ୍ଥାନୀୟ ଲୋକେ କାଟୁଥିଲେ । ତେବେ ଗଛ କଟାଯିବା ନେଇ କୌଣସି ସୂଚନା ଦିଆଯାଇନଥିଲା । ଛାତ୍ରୀ ଜଣଙ୍କ ନିଜ ସାଇକେଲ ଯୋଗେ ରାସ୍ତାରେ ଯାଉଥିବା ବେଳେ ହଠାତ୍ ତାଙ୍କ ଉପରେ ଗଛଟି ଭାଙ୍ଗି ପଡିଥିଲା । ଫଳରେ ଛାତ୍ରୀ ଜଣଙ୍କ ଗୁରୁତର ଆହତ ହୋଇଥିବା ବେଳେ ସାଇକେଲଟି ସମୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି । ତେବେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଛାତ୍ରୀଙ୍କ ବାପା ଶିଶିର କୁମାର ବଳ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.