ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ; ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଖୋର୍ଦ୍ଧା ୧୧|୨: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ନିରଞ୍ଜନପୁର ଗ୍ରାମରେ ଜଣେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକା ଛାତ୍ରୀଙ୍କର ସନ୍ଦେହଜନକ ଭାବେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନାବାଳିକାଙ୍କୁ କେହି ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ଜଟଣୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
1313 Views
ସମ୍ବନ୍ଧିତ ଖବର
ନରେନ୍ଦ୍ରପୁରରେ ସିରିଜ୍ ବୋମାମାଡ ; ଦୁର୍ବୃତ୍ତ ଫେରାର
21 February 2019
ମଦ ଭାଟିରେ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ମହିଳା
21 February 2019