କନ୍ଧମାଳରେ ପୁଣି ଲଜ୍ଜା : ନବମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ !

Published By : Prameya-News7 Bureau | September 19, 2019 IST

ବାଲିଗୁଡା ୧୯।୯: କନ୍ଧମାଳରେ ପୁଣି ଲଜ୍ଜା । ବାଲିଗୁଡା ବେଲଘର ଥାନା ଅନ୍ତର୍ଗତ ଲଙ୍କାଗଡ ଆଶ୍ରମ ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି ।

{"id":159596}

ସୂଚନାଯୋଗ୍ୟ ହାତୀମୁଣ୍ଡା ଗାଁ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ନାବାଳିକା ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଆସୁଥିଲେ । ନାବାଳିକା ଛାତ୍ରୀ ଜଣଙ୍କ ଗର୍ଭବତୀ ହେବା ପରେ ଘଟଣାଟି ପ୍ରଘଟ ହୋଇଥିଲା। ଏନେଇ ପରିବାର ଲୋକେ ବେଲଘର ଥାନାରେ ଏତଲା ଦେଇଛନ୍ତି । ଏତଲା ଦେବା ପରେ ବେଲଘର ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଗିରଫ କରି ପୀଡିତା ଛାତ୍ରୀଙ୍କୁ ସିଡବ୍ଲୁସିକୁ ହସ୍ତାନ୍ତର କରିଛି ପୋଲିସ । ଆଜି ଡାକ୍ତରୀ ମାଇନା ପରେ ବାଲିଗୁଡା ବନବାସୀ ସେବା ସମିତି ସ୍ଥିତ ସ୍ବଳ୍ପକାଳୀନ ମହିଳା ସୁଧାର ଗୃହକୁ ପଠାଇ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.