ବିଦ୍ୟୁତ୍ ଆଘାତରେ ୯ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | October 08, 2019 IST

ଉଦଳା ୮।୧୦: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ରାଇଡାହି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଭାଲୁବସା ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିବା ଗାଁର ଚିନୁ ପ୍ରଭା ପାତ୍ରଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି । ତେବେ ବିଦ୍ୟାଳୟ ଛୁଟି ଥିବାରୁ ସେ ନିଜ ଘରକୁ ଆସିଥିଲେ । ଘରେ ଅନ୍ୟମାନେ ସମସ୍ତେ କାମରେ ବ୍ୟସ୍ତ ଥିବା ବେଳେ ଚିନୁ ଘରର ଟିଭି ଲଗାଇବାକୁ ପ୍ଲଗ୍ ଇଲେକ୍ଟ୍ରି ବୋର୍ଡରେ ଲଗାଇଥିଲେ ।

{"id":167463}

ଏହି ସମୟରେ ଅସାବଧାନତା ବଶତଃ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ବିଦ୍ୟୁତ୍ ଆଘାତ ଏତେ ଜୋରରେ ଥିଲା ଯେ ସେହିଠାରେ ହିଁ ଚିନୁ ଗୁରୁତର ହୋଇ ପଡିଥିଲେ । ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.