ପରୀକ୍ଷା ଖାତାରେ ନମ୍ବର ବଢ଼ାଇଦେବାକୁ କହି ଛାତ୍ରୀ ସହ ଦୁଷ୍କର୍ମ କଲେ ଟ୍ୟୁସନ ଶିକ୍ଷକ

Published By : Prameya-News7 Bureau | March 28, 2019 IST

ନୂଆଦିଲ୍ଲୀ ୨୮/୩- ପରୀକ୍ଷା ଖାତାରେ ନମ୍ବର ବଢ଼ାଇଦେବାକୁ କହି ଛାତ୍ରୀ ସହ ଟ୍ୟୁସନ ଶିକ୍ଷକ କଲେ ଦୁଷ୍କର୍ମ । ଦେହ ଖରାପ ହେବାପରେ ମେଡ଼ିକାଲକୁ ଗଲାପରେ ଡ଼ାକ୍ତର କଲେ ମହାଖୁଲାସା ।

ଏହିଭଳି ଅଭାବନୀୟ ଘଟଣା ନୂଆଦିଲ୍ଲୀ କରୋଲବାଗ ଦେଶବନ୍ଧୁ ଗୁପ୍ତା ରୋଡ଼ରେ ଘଟିଥିବା ଜଣାଯାଇଛି । ୯ମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଗଣିତରେ ଦୁର୍ବଳ ଥିଲା । ଏଥିପାଇଁ ଟ୍ୟୁସନ ମଧ୍ୟ ଯୋଗାଇ ଦିଆଯାଇଥିଲା ।

କରୋଲବାଗ କଲେଜ ପରିସର ଅଂଚଳରେ ରହୁଥିବା ଜଣେ ପାଥୋଲୋଜି ଟେକସିଆନ ଛାତ୍ରୀଙ୍କୁ ଟ୍ୟୁସନ କରୁଥିଲେ । ଛାତ୍ରୀଙ୍କ ପରିବାର ପକ୍ଷରୁ ଟ୍ୟୁସନ ମାଷ୍ଟରଙ୍କ ବିରୋଧରେ ଅଣାଯାଇଥିଲା ଅଭିଯୋଗ । ଟ୍ୟୁସନ ମାଷ୍ଟରକୁ ବିଭିନ୍ନ କଥା ପଚରାଉଚରା ପରେ ସବୁକଥା ଜଣାପଡ଼ିଥିଲା ।

ଗଣିତରେ ଛାତ୍ରୀଜଣକ ଦୁର୍ବଳ ଥିଲା । ପରୀକ୍ଷାରେ ମଧ୍ୟ ଗଣିତରେ ଖରାପ କରିଥିବା କାରଣରୁ ମାନସିକ ଅଶାନ୍ତି ଭତରେ ରହୁଥିଲା ଛାତ୍ରୀ । ଏହି ସମୟରେ ଟ୍ୟୁସନ ମାଷ୍ଟର ତାଙ୍କୁ ପରୀକ୍ଷାରେ ପାସ୍ କରେଇଦେବାକୁ କହିଥିଲେ । ସେ ପରୀକ୍ଷାଖାତାରେ ନମ୍ବର ବଢ଼ାଇଦେବାକୁ କହିଥିଲେ । ନମ୍ବର ବଢ଼ାଇଦେବାକୁ ପ୍ରତିଶୃତି ଦେଇ ଛାତ୍ରୀଙ୍କ ସହ କରିଥିଲେ ଦୁଷ୍କର୍ମ । କେବଳ ଥରେ ନୁହେଁ ବ୍ଲାକମେଲ କରି ପ୍ରତ୍ୟେକଦିନ ଶାରୀରିକ ସଂପର୍କ ରଖିବାପରେ ଛାତ୍ରୀ ହୋଇଥିଲେ ଗର୍ଭବତୀ ।

ଦିନେ ଛାତ୍ରୀଙ୍କ ଦେହ ଖରାପ ହେବାପରେ ଡ଼ାକ୍ତରଖାନାକୁ ପରିବାର ପକ୍ଷରୁ ନିଆଯାଇଥିଲା । ଡ଼ାକ୍ତର ଛାତ୍ରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରି ଗର୍ଭବତୀ ଥିବା କଥା ଜଣାଇଥିଲେ ।

ପରିବାର ପକ୍ଷରୁ ଛାତ୍ରୀଙ୍କୁ ପଚାରିବା ପରେ ସବୁସତ କଥା ମାନି ଯାଇଥିଲେ । ଟ୍ୟୁସନ ମାଷ୍ଟରଙ୍କ ବିରୋଧରେ ଅଣାଯାଇଥିଲା ଅଭିଯୋଗ । ଏହି ଅଭିଯୋଗକୁ ଆଧାର କରି ଟ୍ୟୁସନ ମାଷ୍ଟରଙ୍କୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.