ଆସନ୍ତା ୯ ତାରିଖରେ ବିଜେଡିର ଆଦିବାସୀ ଦିବସ ପାଳନକୁ ଟାର୍ଗେଟ କରି ବିଜେପିର ପ୍ରେସ୍ ମିଟ୍
8/08/2018 at 5:24 PM

ଆସନ୍ତା ୯ ତାରିଖରେ ଆଦିବାସୀ ଦିବସ ପାଳନ କରିବ ବିଜେଡି । ତା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ରାଜ୍ୟରେ ୨୩ ପ୍ରତିଶତ ଆଦିବାସୀ ଅଛନ୍ତି । ଏପର୍ଯ୍ୟନ୍ତ ସେମାନଙ୍କ ନିକଟରେ ବିକାଶ ପହଞ୍ଚି ପାରିନି । ଆଦିବାସୀଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ୧୩ ଲକ୍ଷ ୨୧୧ କୋଟି ଅନୁଦାନ ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାର ତାକୁ ଖର୍ଚ୍ଚ କରି ପାରୁ ନାହାନ୍ତି ।ଆଦିବାସୀଙ୍କ ପାଇଁ ହଷ୍ଟେଲ ଏବଂ ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ କରିଛନ୍ତି । କିନ୍ତୁ ସ୍କୁଲରେ ଶିକ୍ଷକ ନଥିବା ବେଳେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭିଶୁଡି ପଡିଛି । ସେପଟେ ଏହାର ଜବାବ ରଖିଛି ବିଜେଡି । କହିଛି ବିଜେପିର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଓଡ଼ିଶାରେ ଆଦିବାସୀଙ୍କ ବିକାଶ ତ୍ବରାନ୍ବିତ ହୋଇଛି । ଆଦିବାସୀଙ୍କୁ ଜମିପଟ୍ଟ ଯୋଗାଇବାରେ ଓଡ଼ିଶା କେନ୍ଦ୍ରଠାରୁ ପୁରସ୍କାର ବି ପାଇଥି । ଏଥି ସହ ବିଜେଡି କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ପ୍ରଶ୍ନ କରିଛନ୍ତି । କେନ୍ଦ୍ରରେ ଆଦିବାସୀ ମନ୍ତ୍ରୀ ଥାଇ ଜୁଏଲ ଓରାମ୍ ୪ ବର୍ଷରେ ଓଡ଼ିଶା ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।