ରାଜଧାନୀର ଇଂଲିସ ମିଡିୟମ ସ୍କୁଲରେ ୯ମ ଶ୍ରେଣୀ ଛତ୍ରୀଙ୍କୁ ଗଣିତ ଶିକ୍ଷକଙ୍କ ଅସଦାଚରଣ ଘଟଣା: ପ୍ରିନ୍ସପାଲଙ୍କୁ ଘେରିଲେ ଅଭିଭାବକ, ପୋଲିସ ନିଷ୍କ୍ରୀୟ

Published By : Prameya-News7 Bureau | November 03, 2018 IST

ଭୁବନେଶ୍ବର ୩|୧୧: ସ୍କୁଲରେ  ପିଲା କେତେ ସୁରକ୍ଷିତ ? ଏୟା ହିଁ ବର୍ତତମାନ ସମୟର ବଡ଼ ପ୍ରଶ୍ନ ।   ଭୁବନେଶ୍ବର ଚନ୍ଦ୍ରଶେଖରପୁର ନାରାୟଣ ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯେ।ଗ  ପରେ ଅଭିଯୁକ୍ତ ଗଣିତ ଶିକ୍ଷକକୁ ପୋଲିସ ଗିରଫ କରିନି । ଗତ ଅକ୍ଟୋବର ୧୦ ତାରିଖରେ ଶିକ୍ଷକ ଜଣକ ସ୍କୁଲର ୨ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଜଣେ ଛାତ୍ରୀ ନବମ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟ ଜଣେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି । ସେହି ଦିନ ହିଁ  ଅଭିଭାବକମାନେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ ।ପୋଲିସ ଘଟଣାକୁ ଗୁରୁତ୍ବ ନଦେବା ଫଳରେ ଅଭିଯୁକ୍ତ ଶିକ୍ଷକ ଫେରାର ହେବାକୁ ସୁଯୋଗ ପାଇଲା ଓ ଫେରାର ହୋଇଗଲା । ଅଭିଯୋଗ ପରେ ମଧ୍ୟ ପୋଲିସ ଘଟଣାକୁ ହାଲକା ଭାବରେ ନେବା ସହ ସ୍କୁଲକୁ ଯାଇ ଆଜି ପର୍ଯ୍ୟନ୍ତ ତଦନ୍ତ କରିନଥିଲା । ଯାହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା । ଆଉ ଆଜି ଅଭିଭାବକମାନେ ପ୍ରନ୍ସିପାଲଙ୍କୁ ଘେରିଥିଲେ । ଏହି ଘଟଣାରେ ପରେ ପୋଲିସ ସ୍କୁଲର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି ।  ଘଟଣାର ସତ୍ୟାସତ୍ୟ ଥିବା ନେଇ ସୂଚନା ଦେଇଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଆସନ୍ତାକାଲି ଏହି ଘଟଣାକୁ ନେଇ ଅଭିଭାବକ ସଂଘ ସହ ସ୍କୁଲ ନିର୍ଦ୍ଦେଶକଙ୍କର ଏକ ବୈଠକ ବସିବ ।ଅପରପକ୍ଷରେ ପୋଲିସ ଏହି ଘଟଣାରେ ଅଶୋକ ମୁଦୁଲି ନାମକ ବାହାରର ଜଣେ ଶିକ୍ଷକକୁ ଗିରଫ କରିଥିବା ଜଣାପଡିଛି । କେବଳ ସେତିକି ନୁହେଁ, ନାରାୟମ ସ୍କୁଲ ଚାଲିଥିବା ବିଲ୍ଡିଂର ତୃତୀୟ ମହଲାରେ ଥିବା ପ୍ରକୋଷ୍ଠଗୁଡିକର ଝରକାରେ ଗ୍ରୀଲ ନାହିଁ । ଫଳରେ କେତେବେଳେ ବି କୌଣସି ଅଘଟଣ ଘଟିବା ଆଶଂକା ରହିଛି । ଏହା ସହିତ ସ୍କୁଲ ଫିସ ବୃଦ୍ଧି ଆଦି ବିଭିନ୍ନ ଦାବୀ ନେଇ ଆଜି ଅଭିଭାବକମାନେ ପ୍ରିନ୍ସପାଲଙ୍କୁ ଘେରିଥିଲେ । ରାଜଧାନୀରେ ୨ଜଣ ସ୍ତୁଲଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିବା ପରେ ମଧ୍ୟ ପୋଲିସ ଚୁପ୍‌ ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଷ ଅଭିଭାବକମାନେ ଆଜି ପ୍ରନ୍ସପାଲଙ୍କୁ ଘେରାଉ କରିବାପରେ ପୋଲିସ ସ୍କୁଲରେ ପହଂଚି ସିସିଟିଭି ଫୁଟେଜ ଯାଂଚ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.