Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଆଗାମୀ ଶିକ୍ଷା ବର୍ଷରେ ମିଳିବନି ହାଇସ୍କୁଲ ପାଠ୍ୟପୁସ୍ତକ ! ଏଯାଏଁ ଛପା ହୋଇନି ନବମ ଓ ୧୦ମ ଶ୍ରେଣୀ ବହି, ମୁଦ୍ରଣରୁ ଓହରିଯିବାକୁ ସରକାରଙ୍କୁ ପତ୍ର ଲେଖିଲେ ନିର୍ଦ୍ଦେଶକ

28/11/2019 at 11:05 PM

ଭୁବନେଶ୍ୱର ୨୮।୧୧ :  ଆଗାମୀ ଶିକ୍ଷାବର୍ଷରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ମିଳିବା ନେଇ ଏବେ ଆଶଙ୍କା ଦେଖା ଦେଇଛି । ୨୦୨୦-୨୧ ଶିକ୍ଷା ବର୍ଷ ନିମନ୍ତେ ଏପର୍ଯ୍ୟନ୍ତ ବହି ଛପା ହୋଇପାରିନି । ସରକାରଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି ପାଠ୍ୟ ପୁସ୍ତକ ପ୍ରଣୟନ ଓ ବିତରଣ ନିର୍ଦ୍ଦେଶକ ।

ଏପିରିକି ବହି ଛପାରୁ ନିର୍ଦ୍ଦେଶାଳୟ ଓହରୁଥିବା କଥା ବି ଚିଠିରେ ଉଲ୍ଲେଖ ରହିଛି । ବହି ଛାପିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ମାଧ୍ୟମିକ ଶିକ୍ଷା ବୋର୍ଡ ଦେଉ ନ ଥିବା ଅଭିଯୋଗ ହୋଇଛି । ବାରମ୍ବାର ଜଣାଇବା ପରେ ବି ବୋର୍ଡ ଅବହେଳା କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

ତେବେ ବଡ଼ କଥା ହେଉଛି, ନିର୍ଦ୍ଦେଶାଳୟ ବହି ନ ଛାପିଲେ, ପିଲାଙ୍କୁ ବହି ମିଳିବ କେମିତି? ଆଗାମୀ ବର୍ଷ ଓଡ଼ିଶା ମିଡିୟମର ନବମ ଓ ଦଶମ ପିଲା ପାଠ ପଢିବେ କେମିତି? ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଆଉ ମାସ କେଇଟା ଥିବା ବେଳେ ବିଭାଗ ଏ ସମସ୍ୟାର ସମାଧାନ କରିପାରିବ ତ?

   Related Posts