ଆଗାମୀ ଶିକ୍ଷା ବର୍ଷରେ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମିଳିନପାରେ ପାଠ୍ୟପୁସ୍ତକ

Published By : Prameya-News7 Bureau | November 29, 2019 IST

ଭୁବନେଶ୍ବର ।୧୧: ରାଜ୍ୟର ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ମିଳିବା ନେଇ ଦେଖାଦେଇଛି ଆଶଙ୍କା । ଆଗାମୀ ଶିକ୍ଷା ବର୍ଷ ପାଇଁ ଏଯାଏଁ ଛପା ହୋଇପାରିନି ବହି । ସରକାରଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି ପାଠ୍ୟ ପୁସ୍ତକ ପ୍ରକାଶନ ଓ ବିତରଣ ନିର୍ଦ୍ଦେଶକ ।

ଏପିରିକି ବହି ଛପାରୁ ନିର୍ଦ୍ଦେଶାଳୟ ଓହରୁଥିବା କଥା ବି ଚିଠିରେ ଉଲ୍ଲେଖ ରହିଛି । ବହି ଛାପିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ମାଧ୍ୟମିକ ଶିକ୍ଷା ବୋର୍ଡ ଦେଉ ନ ଥିବା ଅଭିଯୋଗ ହୋଇଛି । ବାରମ୍ବାର ଜଣାଇବା ପରେ ବି ବୋର୍ଡ ଅବହେଳା କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

ତେବେ ବଡ଼ କଥା ହେଉଛି, ନିର୍ଦ୍ଦେଶାଳୟ ବହି ନ ଛାପିଲେ, ପିଲାଙ୍କୁ ବହି ମିଳିବ କେମିତି ? ଆଗାମୀ ବର୍ଷ ଓଡ଼ିଶା ମିଡିୟମର ନବମ ଓ ଦଶମ ପିଲା ପାଠ ପଢିବେ କେମିତି ? ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଆଉ ମାସ କେଇଟା ଥିବା ବେଳେ ବିଭାଗ ଏ ସମସ୍ୟାର ସମାଧାନ କରିପାରିବ ତ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.