Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ମୌତ କା କୂଆଁ : ପ୍ରତି ଦିନ କୂଅରୁ ମିଳୁଛି ଶବ, ୨ ଦିନ ମଧ୍ୟରେ ୯ଶବ ଉଦ୍ଧାର

22/05/2020 at 8:31 PM

ହାଇଦ୍ରାବାଦ ୨୨/୫: ତେଲେଙ୍ଗାନାର ଓ୍ବାରଙ୍ଗଲର ସୀମାବର୍ତ୍ତୀ ଅଞ୍ଚଳରେ ଏକ କୂଅ ରହସ୍ୟର କେନ୍ଦ୍ର ହୋଇଛି। କୌଣସି ସସପେନ୍ସ ଥ୍ରିଲର ସିନେମା ଭଳି ଏହି କୂଅରୁ ଲଗାତାର ଶବ ବାହାରୁଛି। ଏହି ଅଞ୍ଚଳକୁ ଗୋରେକୁଣ୍ଟା କୁହାଯାଏ। ଏଠାରେ ଗୋଦାମ ପାଖରେ ଏକ କୂଅ ରହିଛି। ଗୁରୁବାର ଏହି କୂଅରୁ ୪ଜଣଙ୍କ ଶବ ମିଳିଥିଲା। ଆଜି ଆହୁରି ୫ଜଣଙ୍କ ଶବ ଏହି କୂଅରୁ ଉଦ୍ଧାର କରାଯାଇଛି। ଏତେ ଜଣଙ୍କ ଶବ ଏହି କୂଅରୁ ବାହାରୁଥିବା ଶବକୁ ଦେଖି ପୋଲିସ୍ ବି ଚିନ୍ତାରେ ପଡ଼ି ଯାଇଛି।

ଏହି ଶବଗୁଡ଼ିକରେ କୌଣସି ଧରଣର କ୍ଷତ ନାହିଁ। ଏହାର ପତ୍ତା ଲଗାଇବା ପାଇଁ ଓ୍ବାରଙ୍ଗଲ୍ ପୋଲିସ୍ ଜୁଟିଛି। ଆଶଙ୍କା କରାଯାଉଛି ଏହି କୂଅରୁ ଆହୁରି ଶବ ବାହାରିପାରେ।

ପୋଲିସକୁ ପ୍ରାଥମିକ ଯାଞ୍ଚରେ ଜଣା ପଡ଼ିଛି ଯେ ଏହି କୂଅରୁ ଉଦ୍ଧାର ହୋଇଥିବା ୯ଜଣଙ୍କ ଶବ ମଧ୍ୟରେ ୬ଜଣ ଗୋଟିଏ ପରିବାରର ସଦସ୍ୟ। ଏମାନେ ସମସ୍ତେ ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକ ବୋଲି କୁହାଯାଉଛି। ଏମାନେ ହେଲେ ମକସୁଦ(୫୦),ତାଙ୍କ ପତ୍ନୀ ନିଶା(୪୫),ଝିଅ ବସରା(୨୦) ଏବଂ ବସରାଙ୍କ ୩ବର୍ଷର ପୁଅ।

ଆଜି କୂଅରୁ ଉଦ୍ଧାର ହୋଇଥିବା ମୃତକମାନେ ହେଲେ ଶାଦାବ(୨୨),ସୋହେଲ(୨୦),ବିହାର ବାସିନ୍ଦା ଶ୍ୟାମ(୨୨),ଶ୍ରୀରାମ(୨୦) ଏବଂ ଓ୍ବାରଙ୍ଗଲର ଶକିଲ ନାମକ ବ୍ୟକ୍ତି। ଏମାନଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ଏମଜିଏମ୍ ହସ୍ପିଟାଲକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ ମୃତକ ମକସୁଦ ୨୦ବର୍ଷ ତଳେ ରୋଜଗାର ଆଶାରେ ଓ୍ବାରଙ୍ଗଲ୍ ଆସିଥିଲେ। ସେବେଠାରୁ ସେ ନିଜ ପରିବାର ସହ ଏଠାରେ ରହୁଥିଲେ। ନିକଟରେ ଲକଡାଉନ୍ ଯୋଗୁଁ ସେ ନିଜ ପରିବାର ସହ ଏହି ଗୋଦାମରେ ରହିବାକୁ ଆସିଥିଲେ।

ପାଖରେ ବିହାର ବାସିନ୍ଦା ଶ୍ୟାମ ଏବଂ ଶ୍ରୀରାମ ମଧ୍ୟ ରହୁଥିଲେ। ଗୁରୁବାର ଗୋଦାମ ମାଲିକ ସନ୍ତୋଷ ସେଠାକୁ ଯାଇ କାହାକୁ ପାଇନଥିଲେ। ସେ ଖୋଜିବାରୁ ପୁରୁଣା କୂଅରେ ସମସ୍ତଙ୍କ ଶବ ଦେଖିବାକୁ ପାଇଥିଲେ। ଏହା ପରେ ସେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ କେତେ ଜଣଙ୍କୁ ହେପାଜତକୁ ନେଇ ଏ ମାମଲାରେ ପଚରାଉଚୁରା କରୁଛି।

   Related Posts