ସାବଧାନ ! ବ୍ୟାଙ୍କ୍ ଆକାଉଣ୍ଟରୁ ୯ ଲକ୍ଷ ଟଙ୍କା ଚଳୁ କରିଦେଲା ଅନଲାଇନ ଲୁଟେରା

Published By : Prameya-News7 Bureau | November 09, 2020 IST

ନାଗପୁର ୯/୧୧ : ଭାରତରେ ଏବେ ଅନଲାଇନ ଲୁଟେରାଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି । ଏଭଳି ଏକ ଘଟଣାକ୍ରମରେ ନାଗପୁରର ଜଣେ ବ୍ୟକ୍ତିଙ୍କଠାରୁ ପ୍ରାୟ ୯ ଲକ୍ଷ ଟଙ୍କା ଠକି ନେଇଛି ଅନଲାଇନ ଲୁଟେରା ।

ପୋଲିସ କହିବା ମୁତାବକ ପ୍ରଥମେ ଲୁଟର ଶିକାର ହୋଇଥିବା ନାଗପୁର କୋରାଡି ଅଞ୍ଚଳର ଅଶୋକ ମାନଓ୍ବତେଙ୍କ ନାବାଳକ ପୁଅ ପାଖକୁ ଗୋଟିଏ ଅଜଣା ନମ୍ବରରୁ ଫୋନ ଆସିଥିଲା । ଫୋନ ଉଠାଇବା କ୍ଷଣି ଲୁଟେରା ଜଣକ ଜଣେ ଡିଜିଟାଲ ପେମେଣ୍ଟ କମ୍ପାନୀର କଷ୍ଟୋମର କେୟାର ଏକଜିକ୍ୟୁଟିଭ ବୋଲି ପରିଚୟ ଦେଇଥିଲା ଏବଂ କହିଥିଲା ଯେ ଏହି ନମ୍ବର ଅଶୋକ ମାନଓ୍ବାତେଙ୍କ ବ୍ୟାଙ୍କ୍ ଆକାଉଣ୍ଟ ସହିତ ଜଡିତ ଅଛି ।

ଏହା ପରେ ଫ୍ରଡ୍ ଜଣଙ୍କ ଲୋଭନୀୟ ଅଫର ଦେଇଥିଲା । ଫ୍ରଡ୍ ଜଣଙ୍କ କହିଥିଲା ଯେ ସେ ଯାହା ଯାହା କହିବ ସେହି ଉପାୟରେ ଗଲେ ଆକାଉଣ୍ଟରେ ଥିବା ଟଙ୍କା ଆହୁରି ଅଧିକ ହୋଇଯିବ । ତେବେ ଏହା ପରେ ଫ୍ରଡ୍ ଜଣକ ନାବାଳକ ପୁଅକୁ ଗୋଟିଏ ରିମୋଟ୍ ଡେକ୍ସଟପ ସପ୍ଟଓ୍ବେରରୁ ଆପ୍ଲିକେସନ ଡାଉନଲୋଡ କରିବା ପାଇଁ କହିଥିଲା । ଆପ୍ଲିକେସନ ଡାଉନଲୋଡ କରି ଲଗଇନ୍ କରିବା ପରେ ଫ୍ରଡ ଜଣକ ସେହି ବ୍ୟକ୍ତିଙ୍କ ଆକାଉଣ୍ଟକୁ ହ୍ୟାକ କରି ନେଇଥିଲା ଏବଂ ତତକ୍ଷଣାତ ତାଙ୍କ ଆକାଉଣ୍ଟରୁ ୮ ଲକ୍ଷ ୯୫ ହଜାର ଟଙ୍କା ଚଳୁ କରିନେଇଥିଲା ।

ତେବେ ନାଗପୁର ପୋଲିସ ଧାରା-୪୧୯ ମିଥ୍ୟା ପ୍ରତିପୂରଣ ଏବଂ ଧାରା-୪୨୦ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.