Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ନୀରିହ ପିଲାଙ୍କ ଉପରେ ଦାଉ ସାଧୁଛି ମହାମାରୀ : ଅହମ୍ମଦନଗରରେ ୯ ହଜାର ଶିଶୁ ସଂକ୍ରମଣ କବଳରେ

1/06/2021 at 2:22 PM

ମହାରାଷ୍ଟ୍ର ୧/୦୬ : ମହାରାଷ୍ଟ୍ରରେ ଧୀରେ ଧୀରେ ସଂକ୍ରମଣ ହାର କମୁଛି । ହେଲେ ଅହମ୍ମଦନଗରରେ କରୋନାର ଦ୍ୱିତୀୟ ଲହର ବେଶ୍ ଭାରି ପଡୁଛି । ଏଠାରେ ୧୮ ବର୍ଷରୁ କମ୍ କିଶୋରୀ ବାଳିକାଙ୍କ ଉପରେ ବେଶ୍ ପ୍ରଭାବ କରୁଛି କରୋନା । କେବଳ ମେ ମାସରେ, ଏହି ବୟସ ବର୍ଗର ୯ହଜାରରୁ ଅଧିକ ପିଲା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । କେବଳ ଏତିକି ନୁହେଁ, ଏପ୍ରିଲ ମାସରେ ମଧ୍ୟ ଏହି ବୟସର ୭ ହଜାର ୭୬୦ପିଲା ଏଠାରେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ ।

ସିଭିଲ୍ ସର୍ଜନ ସୁନୀଲ ପୋଖରାନ କହିଛନ୍ତି ଯେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ହାର ବୃଦ୍ଧି ପାଇଛି । ତେବେ ଏପର୍ଯ୍ୟନ୍ତ କୌଣସି ଗୁରୁତର ମାମଲା ପଞ୍ଜୀକୃତ ହୋଇନାହିଁ । ତେବେ ଉଦ୍ଧବ ଠାକରେ ସରକାର ଏହି ପରିସ୍ଥିତିକୁ ନେଇ ସକ୍ରିୟତା ଦେଖାଇବା ଆରମ୍ଭ କରି ଦେଇଛନ୍ତି । ପରିସ୍ଥିତିର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ରାଜ୍ୟ ସରକାର ଅହମ୍ମଦନଗର ପ୍ରଶାସନକୁ ଘରୋଇ ଡାକ୍ତରଖାନାରେ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ଗଠନ କରିବା ସହ ସେଠାରେ ଅତ୍ୟାବଶ୍ୟକୀୟ ଔଷଧ ଯୋଗାଇ ଦେବାକୁ ଆଦେଶ ଦେଇଛନ୍ତି ।

ଆହୁରି ମଧ୍ୟ ଆଶଙ୍କା କରାଯାଇଛି କି, ଆଗକୁ ତୃତୀୟ ଲହର ଆସୁଥିବାରୁ ପିଲାମାନଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇବ । ଏଭଳି ପରିସ୍ଥିତିରେ ମହାରାଷ୍ଟ୍ର ସରକାର ଆବଶ୍ୟକ ପ୍ରସ୍ତୁତି ପାଇଁ ଏକ ଟାସ୍କଫୋର୍ସ ପ୍ରସ୍ତୁତ କରିବାକୁ ଗତ ସପ୍ତାହରେ ଜନସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟାସ୍କଫୋର୍ସରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞଙ୍କ ସମେତ ମୋଟ ୧୩ ଜଣ ବିଶେଷଜ୍ଞ ରହିବେ ।

   Related Posts