ଛେଳି କଲିଜା ଖାଉଥିବା ୯୯ ପ୍ରତିଶତ ଲୋକେ ଜାଣିନାହାନ୍ତି ଏହି ଫାଇଦା ବିଷୟରେ…

Published By : Prameya-News7 Bureau | November 14, 2019 IST

ମାଂସ ଖାଉଥିବା ଲୋକଙ୍କ ମଧ୍ୟରୁ ସାଧାରଣତଃ ଅଧିକ ଲୋକେ ମଟନ ଖାଇବାପାଇଁ  ପସନ୍ଦ କରନ୍ତି। ଛେଳିର କଲିଜା ଖାଇବା ପାଇଁ ବହୁତ ଲୋକେ ପସନ୍ଦ କରନ୍ତି। ଏହି ଆଇଟମ ଲୋକେ ଭାତ ସହ ଖାଇବାକୁ  ପସନ୍ଦ କରିଥାଆନ୍ତି। ତେବେ ମଟନର କଲିଜା ଖାଉଥିବା ଲୋକେ ଜାଣି ନଥିବେ ଯେ, ଏହି ସ୍ବାଦିଷ୍ଟ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ।

{"id":183724,"sizeSlug":"large"}

ଛେଳି ବା ମଟନ କଲିଜାରେ ଭିଟାମିନ, ମିନେରାଲ୍ସ, ପ୍ରୋଟିନ, ପୋଟାସିୟମ, ଫସ୍‌ଫରସ୍‌ ଆଇରନ,କ୍ୟାଲସିଅମ୍‌ ଭଳି ତତ୍ତ୍ବ ଥାଏ। ଏହା ଶରୀର ପାଇଁ ଜରୁରୀ ହୋଇଥାଏ। କାରଣ ଏହି ସବୁ ନ୍ୟୁଟ୍ରିଏଣ୍ଟସ୍‌ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଛେଳିର କଲିଜା ଖାଇଲେ ଶରୀରରେ ହିମୋଗ୍ଲୋବିନ ମାତ୍ରା ବଢିଥାଏ। ଏହା ସହ ଶରୀରର ଲାଲ ରକ୍ତ କୋଷ ମଧ୍ୟ ବଢିଥାଏ। ଆନିମିଆ  ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ପାଇଁ ମଟନ କଲିଜା ଖାଇବା ଲାଭଦାୟକ ହୋଇଥାଏ।

{"id":183725,"sizeSlug":"large"}

ମଟନ କଲିଜା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଶରୀରରେ ଦୁର୍ବଳତା ଅନୁଭବ ହେଉଥିବା ଲୋକଙ୍କୁ ପ୍ରତି ସପ୍ତାହରେ ଗୋଟେ ଦିନ ମଟନ କଲିଜା ଖାଇବା ଆବଶ୍ୟକ। ଏହା ଦ୍ବାରା ଶରୀର ଶକ୍ତିଶାଳୀ ହୋଇଥାଏ। ଯେଉଁ ଲୋକଙ୍କ ସ୍ମରଣଶକ୍ତି କମ ଥାଏ ସେମାନଙ୍କୁ ଛେଳି କଲିଜା ଖାଇବା ଜରୁରୀ। ଏହା ବ୍ୟତୀତ ମଟନ କଲିଜା ଖାଇଲେ ଶରୀରର ହାଡ ଓ ମାଂସପେଶୀ ମଜବୁତ ହୋଇଥାଏ। ମଟନ କଲିଜା ଖାଇଲେ ଚେହେରା ଅଧିକ ଉଜ୍ଜଳ ବା ଗ୍ଲୋ କରିବା ସହ ତ୍ବଚାର ଚମକ୍‌ ମଧ୍ୟ ସବୁବେଳେ ରହେ। ମଟନ କଲିଜାରେ ଭିଟାମିନ  ଏ ତତ୍ତ୍ବ ରହିଛି ଯାହା ଆଖି ପାଇଁ ଲାଭଦାୟକ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.