Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଭଲ ଖବର: ସୁସ୍ଥ ହେଲେ ଆଉ ୯୯ କରୋନା ସଂକ୍ରମିତ

8/06/2020 at 3:25 PM

ଭୁବନେଶ୍ୱର, ୦୮|୦୬:  ରାଜ୍ୟରେ ସୋମବାର ଆହୁରି ୯୯ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୧୯୯୩ରେ ପହଁଚିଛି ।

ସୋମବାର ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଯାଜପୁରର ୧୬ ଜଣ ରହିଥିବା ବେଳେ ଖୋର୍ଧାରୁ ୧୩, କେନ୍ଦ୍ରାପଡାରୁ ୧୧ଜଣ ରହିଛନ୍ତି । ସେହିପରି ଗଞ୍ଜାମରୁ ୯, ଦେବଗଡରୁ ୮, କଟକରୁ ୭, ଜଗତସିଂହପୁରରୁ ୭, ବାଲେଶ୍ୱର, ବରଗଡ ଓ ବଲାଙ୍ଗୀରରୁ ୬ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏତତ୍ ବ୍ୟତୀତ କେଉଁଝରରୁ ୪ ଓ ନୟାଗଡରୁ ୩ଜଣ ସୁସ୍ଥ ହୋଇଛନ୍ତି । ,କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡରୁ ମଧ୍ୟ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ, ସୋମବାର ଦିନ ରାଜ୍ୟରେ ଆଉ ୧୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୯୪ରେ ପହଞ୍ଚିଛି । 

   Related Posts