ତିନି ସେନାରେ କରୋନା ଭାଇରସ୍‌ର ସକ୍ରିୟ କେସ୍ ୯୮, ସଂକ୍ରମଣକୁ ମାତ୍ ଦେଲେ ୪୦ ଯବାନ

Published By : Prameya-News7 Bureau | May 05, 2020 IST

ନୂଆଦିଲ୍ଲୀ ୦୫।୦୫: ସମଗ୍ର ଦୁନିଆରେ ହାହାକାର ସୃଷ୍ଟି କରିଥିବା ମାରାତ୍ମକ କରୋନା ଭାଇରସ୍‌ ଭାରତରେ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି। ଏହାର ମୁକାବିଲା ଲାଗି ଭାରତ ଅନେକ ପ୍ରକାରର କଠୋର ପଦକ୍ଷେପ ଉଠାଇଛି। ଏହି ପଦକ୍ଷେପ ଦ୍ଵାରା ସଂକ୍ରମଣର ବେଗକୁ ହ୍ରାସ କରାଯାଇଥିଲେ ମଧ୍ୟ ଏହାକୁ ସମାପ୍ତ କରାଯାଇ ପାରି ନାହିଁ। ଦେଶରେ କ୍ରମାଗତ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଦେଶର ତିନି ସେନା ମଧ୍ୟ ଏହି ଭାଇରସ୍‌ରୁ ବର୍ତ୍ତି ପାରି ନାହାନ୍ତି।

ମଙ୍ଗଳବାର ଅପରାହ୍ନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ସ୍ଥଳ, ଜଳ ଏବଂ ବାୟୁ ତିନି ସେନାରେ ସଂପ୍ରତି ୯୮ ଜଣ ଯବାନ କରୋନା ପଜିଟିଭ୍ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏଥିରେ ପୂର୍ବତନ ସେନା କର୍ମଚାରୀ ଓ ସେମାନଙ୍କର ପରିଜନ ମଧ୍ୟ ସାମିଲ। ମାତ୍ର ଆଶ୍ଵସ୍ତିକର ଖବର ଏହା ଯେ, ଅଦ୍ୟାବଧି ୪୦ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇ ସାରିଛନ୍ତି। ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

ଭାରତୀୟ ସେନାର ସବୁଠୁ ବଡ ହସ୍ପିଟାଲ ମଧ୍ୟରୁ ଗୋଟିଏ ହେଉଛି ଦିଲ୍ଲୀର ରିସର୍ଚ୍ଚ ଆଣ୍ଡ ରେଫରାଲ ଅର୍ଥାତ ଆର ଆଣ୍ଡ ଆର ହସ୍ପିଟାଲ। ଏଠାରେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଠାରେ ଡାକ୍ତର, ନର୍ସ ଓ ରୋଗୀଙ୍କ ସହିତ ମୋଟ୍ ୨୫ ଜଣ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ଏବେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୧୦୦ ଜଣଙ୍କୁ ସନ୍ଧାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.