ରାୟଗଡ଼ାରୁ ୯୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୭୯କୁ ବୃଦ୍ଧି

Published By : Prameya-News7 Bureau | August 12, 2020 IST

ରାୟଗଡ଼ା ୧୨।୦୮: ରାଜ୍ୟରେ ଆଜି ୧୮୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ରାୟଗଡ଼ାରେ ଆଜି ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ପୁରୁଷ ୬୯ ଏବଂ ମହିଳା ୨୯ ଜଣ ଅଛନ୍ତି । ରାୟଗଡ଼ାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୭୯କୁ ବୃଦ୍ଧି ହୋଇଛି । ସେମାନଙ୍କ ମଧ୍ୟରୁ ୫୬୬ ଜଣ ଏବେ କୋଭିଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୫୨ ଜଣ କାଶୀପୁର ବ୍ଲକରୁ ଚିହ୍ନଟ ହୋଇଛନ୍ତି । ସେହିପରି କେବଳ ଓଷାପଡ଼ା ଗାଁରୁ ୪୫ ଜଣ ଅଛନ୍ତି । ରାୟଗଡ଼ା ସହରରୁ ୭, ରାୟଗଡ଼ା ବ୍ଳକରୁ ୪, ଗୁଣୁପୁର ସହରରୁ ୩, ଗୁଣୁପୁର ବ୍ଲକରୁ୮, ମୁନିଗୁଡ଼ାରୁ ୧୪ ଜଣ, ଚନ୍ଦ୍ରପୁର ବ୍ଲକରୁ ୪, ବିଷମ କଟକ ବ୍ଲକରୁ ୩ ଜଣ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.