ଦେଶରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ, ୨୪ଘଣ୍ଟାରେ ୯୭୮୯୪ ନୂଆ ଆକ୍ରାନ୍ତ

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ ୧୭।୦୯: ଦେଶରେ କରୋନା ସଂକ୍ରମଣ ଏବେ ଅଣାୟତ୍ତ । ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି ଏହି ମହାମାରୀ କରୋନା । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୁରୁବାର ଦିନ ଦେଶରେ ୯୭, ୮୯୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ମାମଲା ସାମ୍‌ନାକୁ ଆସିଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ କୋଭିଡ଼-୧୯ ସଂକ୍ରମିତଙ୍କ ସଂଖ୍ୟା ବଢି ୫୧ଲକ୍ଷ ପାର୍‌ ହୋଇଯାଇଛି । କେବଳ ୧୧ଦିନରେ ସଂକ୍ରମିତଙ୍କ ୪୦ଲକ୍ଷରୁ ବଢି ୫୦ଲକ୍ଷରେ ପହଞ୍ଚିଛି । କିନ୍ତୁ ସେପଟେ ଆଶ୍ୱସ୍ତିର ଖବର କି କରୋନାରୁ ସୁସ୍ଥ ହେବା ସଂଖ୍ୟା ମଧ୍ୟ ବଢିଚାଲିଛି । ରିପୋର୍ଟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୦ଲକ୍ଷ ୨୫ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୧୧୩୨ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି । ଯାହାକି ମୃତ୍ୟୁ ସଂଖ୍ୟା ବଢି୮୩,୧୯୮ରେ ପହଞ୍ଚିଛି । ଦେଶରେ ସଂକ୍ରମଣ  ସଂଖ୍ୟା ବଢି ୫୧,୧୮,୨୫୪ହୋଇଛି । ସେହିପରି ୧୦,୦୯,୯୭୬ଲୋକଙ୍କ ଚିକିତ୍ସା ଚାଲୁରହିଥିବା ବେଳେ ୪୦,୨୫,୦୮୦ ଲୋକଙ୍କ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସଂକ୍ରମଣ ତାଲିକରେ ବିଦେଶୀ ନାଗରିକ ମଧ୍ୟ ସାମିଲ ଅଛନ୍ତି ।

wp:html /wp:html

ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୧୧ଲକ୍ଷରୁ ଅଧିକ କୋଭିଡ଼ ଟେଷ୍ଟିଂ କରାଯାଇଛି । ଆଇସିଏମ୍‌ଆର୍‌ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ , ସାରାଦେଶରେ ୧୬ଡିସେମ୍ବର ପର୍ଯ୍ୟନ୍ତ ମୋଟ ୬,୦୫,୬୫,୭୨୮ଟି ସାମ୍ପୁଲ୍‌ ଟେଷ୍ଟିଂ କରାଯାଇଛି । ଯେଉଁଥିରୁ କି ବୁଧବାର ଦିନ ୧୧,୩୬,୬୧୩ଟି ସାମ୍ପୁଲ ଯାଞ୍ଚ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.