ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍, ଗିରଫ ହେଲେଣି ୯୭୩ ଓ୍ବାରେଣ୍ଟି

Published By : Prameya-News7 Bureau | March 11, 2021 IST

ଭୁବନେଶ୍ବର ୧୧।୩: ରାଜ୍ୟ ପୋଲିସ ତରଫରୁ ଆରମ୍ଭ କରାଯାଇଛି ଏକ ସ୍ବତନ୍ତର ଡ୍ରାଇଭ୍ । ଏନବିଡବ୍ଲୁ ବିରୋଧରେ ଏହି ଡ୍ରାଇଭ୍ ଆରମ୍ଭ କରାଯାଇଛି । ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଡ୍ରାଇଭ୍ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଳ୍ପ ସମୟ ମଧ୍ୟରେ ଅପରାଧୀଙ୍କୁ ଗିରଫ କରିବାରେ ପୋଲିସକୁ ସଫଳତା ମିଳୁଛି ।

{"id":421316,"sizeSlug":"large","linkDestination":"none"}

ଏହି ଡ୍ରାଇଭରେ ଏପର୍ଯ୍ୟନ୍ତ ୯୭୩ ଜଣ ଓ୍ବାରେଣ୍ଟିଙ୍କୁ ଗିରଫ କରାଯାଇଛି । ସେଥିରୁ ୮୪୩ ଜଣଙ୍କୁ ଜେନେରାଲ ରେଜିଷ୍ଟର ଏବଂ ସେସନ୍ ଟ୍ରାଏଲ୍ ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗଞ୍ଜାମ, ନୟାଗଡ, କଟକ, ବାଲେଶ୍ବର ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ବହୁ ସଂଖ୍ୟକ ଅପରାଧୀ ଗିରଫ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.