ଶୀଘ୍ର କରିଦିଅନ୍ତୁ ଏହି କୋର୍ସ : ୯୭ହଜାର ପଦବୀ ପଡ଼ିଛି ଖାଲି ,ମିଳିବ ଭଲ ଦରମା
5/03/2019 at 1:22 PM

ଯଦି ଆପଣ ନିଜ ପାଇଁ ଉପଯୁକ୍ତ ଏବଂ ମୋଟାଅଙ୍କର ଦରମା ଥିବା ଚାକିରି ଚାହୁଁଛନ୍ତି ଏବଂ ଯଦି ଆପଣ ଏହାର ସନ୍ଧାନରେ ଅଛନ୍ତି ତେବେ ଆମେ ଆପଣଙ୍କ ପାଇଁ ଏକ ଭଲ ଉପାୟ ନେଇ ଆସିଛୁ। ଆଜିକାଲିର ଯୁଗରେ ଆପଣଙ୍କୁ ଆନାଲିଟିକ୍ସ ଏବଂ ଡାଟା ସାଇଣ୍ଟିଷ୍ଟର କୋର୍ସ୍ କରିବା ଉଚିତ୍। ଏକ ଅନୁଧ୍ୟାନରୁ ମିଳିଥିବା ସୂଚନା ଅନୁସାରେ ଗତ ଗୋଟିଏ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ଚାକିରୀ ସଂଖ୍ୟା ୪୫% ପ୍ରତିଶତ ବଢ଼ିଯାଇଛି।

କମ୍ପାନୀଗୁଡ଼ିକ ବହୁଳଭାବେ ଆନାଲିଟିକ୍ସ ଏବଂ ଡାଟା ଭିତ୍ତିକ ବ୍ୟବସ୍ଥା ଅବଲମ୍ବନ କରୁଛନ୍ତି। ଏଥିପାଇଁ ଉଭୟ ଆନାଲିଟିକ୍ସ ଏବଂ ଡାଟା ସାଇଣ୍ଟିଷ୍ଟ କ୍ଷେତ୍ରର ଚାହିଦା ବଢ଼ି ଯାଇଛି। ଆନାଲିଟିକ୍ସ ଏବଂ ଡାଟା ସାଇଣ୍ଟିଷ୍ଟ କ୍ଷେତ୍ରରେ ୯୭,୦୦୦ ପଦ ଖାଲି ରହିଥିବା ମଧ୍ୟ ସୂଚନା ମିଳିଛି। ବିଭିନ୍ନ ୱେବସାଇଟ ଏବଂ ବିଭିନ୍ନ କମ୍ପନୀର ଟପ ପ୍ରଫେସନାଲଙ୍କ ସହ ଆଲୋଚନା ପରେ ଏହି ଚାକିରୀର ଟ୍ରେଣ୍ଡ,ସ୍ୟାଲାରୀ ଷ୍ଟ୍ରକଚର୍ ଏବଂ ଚାକିରୀ ସହ ଜଡ଼ିତ ଦକ୍ଷତା ଏବଂ ଟୁଲ ସମ୍ପର୍କରେ ଜଣାପଡିଛି ।

ଏଥିରେ ଅଧିକାଂଶ ଚାକିରୀ ଜୁନିୟର ଲେଭେଲର। ତେବେ ଏଥିପାଇଁ ଆଶାୟୀଙ୍କୁ ୫ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ଅପରପକ୍ଷରେ ଫ୍ରେଶର୍ସଙ୍କ ପାଇଁ ସୁଯୋଗ ବଢ଼ିଯାଇଛି।

ଏହି କ୍ଷେତ୍ରରେ ଆସୁଥିବା ଲୋକଙ୍କପାଇଁ ଅନେକ ସୁଯୋଗ ରହିଛି। ଆଶାୟୀଙ୍କୁ ଦୁଇ ପ୍ରକାରର ଚାକିରୀ ସହ ଜଡ଼ିତ ଦକ୍ଷତା ଶିଖିବାକୁ ପଡ଼ିବ। ବେଙ୍ଗାଲୁରୁରେ ଆନାଲିଟିକ୍ସ ଚାକିରୀର ଚାହିଦା ଖୁବ୍ ରହିଛି।
