Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କରୋନାକୁ ପରାସ୍ତ କଲେ ୯୭ ବର୍ଷ ବୟସ୍କ ବୃଦ୍ଧ: ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସୁସ୍ଥ ହୋଇ ଘରକୁ ଫେରିଲେ

1/12/2020 at 5:52 PM

ଭୁବନେଶ୍ୱର୧/୧୨: କରୋନାକୁ ପରାସ୍ତ କରୁଛନ୍ତି ବୟୋଜ୍ୟେଷ୍ଠ ଏବଂ ହାର ମାନୁଛି କରୋନା। ସମ୍ କୋଭିଡ୍ ହସ୍ପିଟାଲରେ ଉନ୍ନତମାନ ସହ ଉପଯୁକ୍ତ ଚିକିତ୍ସା ଓ ଯତ୍ନ ମିଳିଲେ ପରିଣତ ବୟସରେ ପହଞ୍ଚିଥିବା ବ୍ୟକ୍ତିମାନେ ଯେ କରୋନାରୁ ସୁସ୍ଥ ହୋଇପାରିବେ, ଏ କଥା ପୁଣି ଥରେ ପ୍ରମାଣିତ କରିଛି ସମ୍ କୋଭିଡ ହସ୍ପିଟାଲ୍। ସମ୍ କୋଭିଡ୍ ହସ୍ପିଟାଲ୍‌ରୁ କୋଭିଡ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୭ ବର୍ଷୀୟ ବୃଦ୍ଧ ଶ୍ରୀ ନଟବର ଦାଶ।


ସୂଚନାଥାଉକି କଟକ ଜିଲ୍ଲା କିଶୋର ନଗର ଅଞ୍ଚଳର ୯୭ ବର୍ଷୀୟ ଶ୍ରୀ ନଟବର ଦାସ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ନଟବରଙ୍କର ଶ୍ୱାସ ଜନିତ ସମସ୍ୟା, ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ବ୍ୟାଧି ମଧ୍ୟ ରହିଥିଲା। କୋଭିଡ ପଜିଟିଭ୍ ହେବା ପରେ ସେ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ସମ୍ କୋଭିଡରେ ଭର୍ତ୍ତି ହେବା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା।

ତେବେ ସମ୍ କୋଭିଡ ଟିମ୍‌ର ଅପ୍ରାଣ ଉଦ୍ୟମ, ଉତ୍ତମ ଚିକିତ୍ସା ଓ ଯତ୍ନ ଫଳରେ ହି ୯୭ ବର୍ଷୀୟ ବୟସ୍କ ଏହି ବୃଦ୍ଧ ବ୍ୟକ୍ତି ଜଣଙ୍କ କରୋନାରୁ ସୁସ୍ଥ ହୋଇଛନ୍ତି । ଗତ ନଭେମ୍ବର ୧୮ ତାରିଖରେ ସେ କରୋନା ସଂକ୍ରମିତ ହୋଇ ସମ୍ କୋଭିଡ୍‌ରେ ଭର୍ତ୍ତି ହୋଇଥିବା ବେଳେ ମଙ୍ଗଳବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଘରକୁ ଫେରିବା ସମୟରେ ନଟବର ସମ୍ କୋଭିଡ୍ ଟିମ୍‌କୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ତାଙ୍କ ପୁଅ ଶ୍ରୀ କିଶୋର ଚନ୍ଦ୍ର ଦାଶ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ନଟବରଙ୍କ ଭଳି ଅନେକ ବୟୋଜ୍ୟେଷ୍ଠ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ସହ ସୁସ୍ଥ ହୋଇ ଘରକୁ ଫେରିବାର ନଜିର ରହିଛି ।

   Related Posts