Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ବେଙ୍ଗାଲୁରୁର ସବୁଠାରୁ ବଡ କରୋନା ହସ୍ପିଟାଲରେ ଭେଣ୍ଟିଲେଟର୍‌ରେ ୯୭ ପ୍ରତିଶତ ରୋଗୀଙ୍କ ମୃତ୍ୟୁ, ଇଟାଲୀରୁ ମଧ୍ୟ ଅଧିକ ମୃତ୍ୟୁହାର

17/07/2020 at 2:32 PM

ବେଙ୍ଗାଲୁରୁ ୧୭/୦୭ : ଦେଶ ଓ ଦୁନିଆରେ ଲଗାତାର କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି | ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି | ଟିକିଏ ଭୁଲ ଏବଂ ଦାୟିତ୍ବହୀନତା ଯୋଗୁଁ ଲୋକଙ୍କୁ ନିଜ ଜୀବନ ହରାଇବାକୁ ପଡୁଛି | ବେଙ୍ଗାଲୁରୁ ହସ୍ପିଟାଲରୁ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି | ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁର ସବୁଠାରୁ ବଡ କରୋନା ହସ୍ପିଟାଲରେ ଭେଣ୍ଟିଲେଟରରେ ଥିବା ୯୭ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହୋଇଛି | ଏହା ଦୁନିଆର ସବୁଠାରୁ ଅଧିକ କରୋନା ମୃତ୍ୟୁହାର ଦେଶମାନଙ୍କ ଠାରୁ ମଧ୍ୟ ଅଧିକ |

ରିପୋର୍ଟ ଅନୁଯାୟୀ, ଏପ୍ରିଲ ମାସରେ ୧୦୦ ବର୍ଷେ ପୁରୁଣା ଭିକ୍ଟୋରିଆ ହସ୍ପିଟାଲକୁ ବେଙ୍ଗାଲୁରୁ ମେଡିକାଲ କଲେଜ ଆଣ୍ଡ ରିଶରଚ୍ଚ ଇନଷ୍ଟିଚ୍ୟୁଟ ସହ ଯୋଡି ସହରର ପ୍ରଥମ କରୋନା ହସ୍ପିଟାଲ କରାଯାଇଛି | ଏପ୍ରିଲରୁ ଆରମ୍ଭ କରି ଏବେ ସୁଦ୍ଧା ହସ୍ପିଟାଲରେ କରୋନା ଯୋଗୁଁ ୯୧ ଜଣଙ୍କ ମୃତ୍ୟୁ ହୋଇଛି | ସେମାନଙ୍କ ମଧ୍ୟରୁ ୮୯ ଜଣ ଭେଣ୍ଟିଲେଟରରେ ଥିଲେ | ବେଙ୍ଗାଲୁରୁ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ହସ୍ପିଟାଲରେ ମୋଟ ୧୫୦୦ କରୋନା ରୋଗୀ ଭର୍ତ୍ତି ହୋଇଥିଲେ | ସେମାନଙ୍କ ମଧ୍ୟରୁ ୯୧ ଜଣଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା | ସେଥିପାଇଁ ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା | ସେମାନଙ୍କ ମଧ୍ୟରୁ ୮୯ ଜଣଙ୍କ ମୃତ୍ୟୁ ହୋଇଛି | ବେଙ୍ଗାଲୁରୁର ସମସ୍ତ ହସ୍ପିଟାଲ ତୁଳନାରେ ଭିକ୍ଟୋରିଆରେ ସବୁଠାରୁ ଅଧିକ ଭେଣ୍ଟିଲେଟର ଉପଲବ୍ଧ ରହିଛି |

ବେଙ୍ଗାଲୁରୁର ଆଉ ଏକ ହସ୍ପିଟାଲ ସେନ୍ଟ ଜନ ମେଡିକାଲ କଲେଜର ଜଣେ ବରିଷ୍ଠ ପ୍ରଫେସର ଏହି ତାଲିକାକୁ ନେଇ ଚିନ୍ତା ଦର୍ଶାଇଛନ୍ତି | ସେ କହିଛନ୍ତି ଯେ ଭେଣ୍ଟିଲେଟରରେ ୯୭ ପ୍ରତିଶତ ରୋଗୀଙ୍କ ମୃତ୍ୟୁହାର ଦର୍ଶାଉଛି ଯେ ଇଣ୍ଟେନସିଭ କେୟାରରେ ସବୁ କିଛି ଚାଲିନାହିଁ | ଏପରିକି ଇଟାଲୀରେ ମଧ୍ୟ ଭେଣ୍ଟିଲେଟରରେ କରୋନା ରୋଗୀଙ୍କ ମୃତ୍ୟୁହାର ୬୫ ପ୍ରତିଶତ ଥିଲା | ଏହି ପୁରା ମାମଲାକୁ ନେଇ BMCRI ର ନୋଡାଲ ଅଫିସର ସ୍ମିତା ସେଗୁ କହିଛନ୍ତି ଯେ ଜୁଲାଇ ୧୫ ତାରିଖ ସୁଦ୍ଧା ୨୦୬ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା | ସେମାନଙ୍କ ମଧ୍ୟରୁ ୯୧ ଜଣଙ୍କ ମୃତ୍ୟୁ ହୋଇଛି | ଯେଉଁ ରୋଗୀମାନେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ସେମାନଙ୍କ ମଧ୍ୟରୁ ୧୦୩ ରୋଗୀ ସୁସ୍ଥ ହୋଇଛନ୍ତି | ସେ କହିଛନ୍ତି ଯେ, ବେଙ୍ଗାଲୁରୁର ଅନ୍ୟ ହସ୍ପିଟାଲରେ ଯେଉଁ ରୋଗୀଙ୍କ ଚିକିତ୍ସା ହୋଇପାରିନଥିଲା ସେମାନେ ଶେଷରେ ଭିକ୍ଟୋରିଆ ହସ୍ପିଟାଲକୁ ଆସିଥିଲେ ଏବଂ ସେଠାରେ ଭେଣ୍ଟିଲେଟରଙ୍କ ତାଙ୍କର ମୃତ୍ୟୁ ହୋଇଛି |

   Related Posts