୯୬ ବର୍ଷ ବୟସ୍କ ବୃଦ୍ଧା ୧୦୦ ରୁ ୯୮ ମାର୍କ ରଖି ସାକ୍ଷରତା ପରୀକ୍ଷାରେ ଟପ କଲେ

Published By : Prameya-News7 Bureau | October 31, 2018 IST

କେରଳ ୩୧/୧୦ : କେରଳର ୯୬ ବର୍ଷ ବୟସ୍କା କାର୍ଥୀୟାଣୀ ଆମ୍ମା ସାକ୍ଷରତା ପରୀକ୍ଷାରେ ୧୦୦ ରୁ ୯୮ ମାର୍କ ରଖି ଟପ୍‌ କରିଛନ୍ତି | ଏଥିପାଇଁ ତାଙ୍କୁ ଆସନ୍ତାକାଲି ମେରିଟ ସାର୍ଟିଫିକେଟ ମଧ୍ୟ ମିଳିବ | ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କନଫରେନ୍ସ ହଲରେ ହେବାକୁ ଥିବା ସମାରୋହରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟାନଙ୍କଠାରୁ ସେ ଏହି ସାର୍ଟିଫିକେଟ ଗ୍ରହଣ କରିବେ | କେରଳର ସାକ୍ଷରତା ଅଭିଯାନ କର୍ତ୍ତୃପକ୍ଷ ଏହି ପରୀକ୍ଷା ଆୟୋଜନ କରିଥିଲା | ଚତୁର୍ଥ ଶ୍ରେଣୀ ପାଇଁ ଆମ୍ମା ଏହି ପରୀକ୍ଷା ଦେଇ ସମସ୍ତଙ୍କଠୁ ଅଧିକ ନମ୍ବର ରଖି ପାସ କରିଛନ୍ତି | ସୂଚନାଯୋଗ୍ୟ ଯେ, ପରୀକ୍ଷା ରାଷ୍ଟ୍ରୀୟ ସ୍ଥରରେ ୫ଟି ଶ୍ରେଣୀ ଯଥା, ଚତୁର୍ଥ, ସପ୍ତମ, ଦଶମ, ଏକାଦଶ ଏବଂ ଦ୍ୱାଦଶ ପାଇଁ ହୋଇଥିଲା| ୪୨୯୩୩ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ପାସ ହୋଇଛନ୍ତି | ଆମ୍ମା ତାଙ୍କ ଜୀବନ କାଳ ମଧ୍ୟରେ କେବେ ସ୍କୁଲ ଯାଇନାହାନ୍ତି | ସେ ମନ୍ଦିର ସଫା ସଫି କାର୍ଯ୍ୟରେ ନିୟୋଜିତ ଅଛନ୍ତି | ସାକ୍ଷାରତା ଅଭିଯାନର ନିର୍ଦେଶକ ପି.ଏସ.ଶ୍ରୀଲଥା ଇଣ୍ଡିଆ ଟୁଡ଼େକୁ ଦେଇଥିବା ଏକ ଇଣ୍ଟରଭିୟୁରେ କହିଛନ୍ତି ଯେ, ଆମ୍ମାଙ୍କ ପାଇଁ ସେମାନେ ସମସ୍ତେ ଗର୍ବିତ | ଆମ୍ମା ସ୍ୱଇଚ୍ଛାରେ ଏହି ପରୀକ୍ଷା ଦେଇଥିଲେ | ଆମ୍ମା ଯେ କେବଳ ୯୬ ବର୍ଷ ବୟସରେ ପରୀକ୍ଷା ଦେଇଛନ୍ତି ତା ନୁହେଁ , ବରଂ ସମସ୍ତ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବି ସେ  ବୟସ୍କା | ୨୦୧୮ ସାଧାରଣତନ୍ତ୍ର ଦିବସରେ କେରଳର ରାଷ୍ଟ୍ରୀୟ ଲିଟେରାଶି ମିଶନ ଅଥୋରିଟି 'ଅକ୍ଷରଲକ୍ଷମ' ନାମକ ଏକ ପ୍ରୋଜେକ୍ଟ ଆରମ୍ଭ କରିଥିଲା | ଏହି ପ୍ରୋଜେକ୍ଟ ଆଧାରରେ ସେମାନେ ୪୭୨୪୧ ଜଣ ନରକ୍ଷରଙ୍କୁ ୧୦୦ ପ୍ରତିଶତ ନମ୍ବର ରଖି ପାସ କରିବା ପାଇଁ ତାଲିମ ଦେଇଥିଲେ | ଆମ୍ମା ନିଜର କୃତିତ୍ୱକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି | ସେ କହିଛନ୍ତି ଶେଷରେ ଲେଖିବା, ପଢିବା, ଗଣତି ଆଦି ସେ ଶିଖିବାରେ ସକ୍ଷମ ହୋଇଛନ୍ତି | ମହିନ୍ଦ୍ରା ଗ୍ରୁପର ସଭାପତି ଆନନ୍ଦ ମହିନ୍ଦ୍ରା ଏନେଇ ସୋସିଆଲ ମିଡ଼ିଆରେ ନିଜର ଖୁସି ପ୍ରକାଶ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.