Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଲକ୍‌ଡାଉନ୍‌ ପ୍ରହାର: ଏହି ରାଜ୍ୟରେ ୯୬ % ଲୋକଙ୍କ ଆୟ ହ୍ରାସ, ଜମି ସହ ବିକିବାକୁ ପଡିଥିଲା ଗହଣା, ଏତେ ଲୋକ ରହୁଥିଲେ ଭୋକିଲା

28/02/2021 at 3:33 PM

ମୁମ୍ବାଇ ୨୮।୦୨: କରୋନା ଭାଇରସ୍‌ କାରଣରୁ ଗତ ବର୍ଷ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହୋଇଥିଲା। ତେବେ ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ମହାରାଷ୍ଟ୍ର। ଏହି ସଙ୍କଟ ସମୟରେ ମହାରାଷ୍ଟ୍ରର ପ୍ରାୟ ୯୬ ପ୍ରତିଶତ ଲୋକଙ୍କ ଆୟ ହ୍ରାସ ଘଟିଛି। ରାଜ୍ୟରେ ‘ଅନ୍ନ ଅଧିକାର ଅଭିଯାନ’ ଆଧାରରେ ହୋଇଥିବା ସର୍ବେକ୍ଷେଣରେ ଏହି କଥା ସାମ୍ନାକୁ ଆସିଛି। ‘ଅନ୍ନ ଅଧିକାର ଅଭିଯାନ’ ପାଇଁ ରାଜ୍ୟର ସମନ୍ଵୟକ ମୁକ୍ତା ଶ୍ରୀବାସ୍ତବ ଶନିବାର କହିଛନ୍ତି, ଆୟ କମିବାର ମୁଖ୍ୟ କାରଣ ଲୋକଙ୍କ ହାତରୁ ଚାକିରି ଏବଂ ରୋଜଗାର ଚାଲିଯିବା। ଏଥିସହ ରୋଜଗାର ନମିଳିବା ଲୋକଙ୍କ ଆୟକୁ ପ୍ରଭାବିତ କରିବାରେ ମଧ୍ୟ ବଡ କାରଣ ପାଲଟିଛି।

ସର୍ବେକ୍ଷେଣରେ ସାମିଲ ପ୍ରତି ପାଞ୍ଚ ବ୍ୟକ୍ତିଙ୍କ ଖାଇବାକୁ ହାତରେ ଟଙ୍କା ନଥିବା କାରଣରୁ ସେମାନଙ୍କୁ ଭୋକ ଉପାସରେ ରହିବାକୁ ବିବଶ  ହେବାକୁ ପଡିଥିଲା। ଏହି ଅଭିଯାନ ଜରିଆରେ ଖାଦ୍ୟ ଏବଂ ପୋଷଣ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କ ଏକ ଟିମ୍‌ ଗତ ବର୍ଷ ମେ ଏବଂ ସେପ୍ଟେମ୍ବରରେ ମୁମ୍ବାଇ, ଠାଣେ, ରାୟଗଡ, ପୁଣେ, ନନ୍ଦୁରବାର, ସୋଲାପୁର ପାଲଘର, ନାସିକ, ଧୁଲେ ଓ ଜଲଗାଓଁରେ ମୋଟ୍ ୨୫୦ ଜଣ ଲୋକଙ୍କ ସର୍ବେକ୍ଷେଣ କରିଛନ୍ତି।

କେନ୍ଦ୍ର ସରକାର କୋଭିଡ୍-୧୯ ମହାମାରୀ କାରଣରୁ ଗତ ବର୍ଷ ମାର୍ଚ୍ଚରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହାର କିଛି ମାସ ପରେ କଟକଣାରେ ଧିରେ ଧିରେ କୋହଳ କରାଯାଇଥିଲା। ଶ୍ରୀବାସ୍ତବ କହିଛନ୍ତି, ଯେଉଁ ଲୋକଙ୍କୁ ସର୍ବେକ୍ଷେଣରେ ସାମିଲ କରାଯାଇଛି, ସେମାନଙ୍କ ମଧ୍ୟରୁ ୫୨ ପ୍ରତିଶତ ଲୋକେ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି। ବାକି ଲୋକେ ସହରାଞ୍ଚଳରେ ରହୁଛନ୍ତି। ଏଥିରୁ ୬୦ ପ୍ରତିଶତ ମହିଳା ଅଛନ୍ତି।

କମିଲା ଆୟ

ଶ୍ରୀବାସ୍ତବ କହିଛନ୍ତି ଲକ୍‌ଡାଉନ୍‌ ପୂର୍ବରୁ ପ୍ରାୟ ୭୦ ପ୍ରତିଶତ ଲୋକଙ୍କ ମାସିକ ଆୟ ୭  ହଜାର ଟଙ୍କା ଥିଲା। ବାକି ଲୋକଙ୍କ ଆୟ ମାସିକ ୩ ହଜାର ଟଙ୍କା ଥିଲା। ପୂର୍ବରୁ ଏତେ କମ ଆୟରେ ଚଳୁଥିବା ଲୋକଙ୍କ ଉପରେ ସଂକ୍ରମଣର ପ୍ରଭାବ କେମିତି ପଡିଥିବ ଆପଣ ଏଥିରୁ ଅନୁମାନ କରି ପାରୁଥିବେ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଯେଉଁ ଲୋକଙ୍କୁ ସର୍ବେକ୍ଷେଣରେ ସାମିଲ କରାଯାଇଛି, ସେମାନଙ୍କ ମଧ୍ୟରୁ ୪୯ ପ୍ରତିଶତ ଲୋକଙ୍କୁ ଭୋଜନ କିଣିବା ପାଇଁ ନିଜ ସାଙ୍ଗ ସାଥୀ କିମ୍ବା ସଂପର୍କୀୟଙ୍କଠୁ ଧାର ନେବାକୁ ପଡିଥିଲା।  କେବଳ ଏତିକି ନୁହେଁ ଏପ୍ରିଲ ଓ ମେରେ ୪୩ ପ୍ରତିଶତ ଲୋକଙ୍କ ଆୟ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। କେବଳ ୧୦ ପ୍ରତିଶତ ଲୋକେ ଏମିତି ଥିଲେ, ଯାହାଙ୍କ ଆୟ ଲକ୍‌ଡାଉନ୍ ପୂର୍ବ ସ୍ତରରେ ଥିଲା।

ସୁନା ଗହଣା ଓ ଜମି ବିକିଲେ

ଶ୍ରୀବାସ୍ତବ କହିଛନ୍ତି, ଯେଉଁ ଲୋକଙ୍କ ଏପ୍ରିଲ ଓ ମେରେ କୌଣସି ଆୟ ନଥିଲା, ସେମାନଙ୍କ ମଧ୍ୟରୁ ୩୪ ପ୍ରତିଶତ ଲୋକଙ୍କ ସ୍ଥିତି ସେପ୍ଟେମ୍ବର-ଅକ୍ଟୋବରରେ ମଧ୍ୟ ଏମିତି ରହିଥିଲା। ସର୍ବେକ୍ଷେଣ ମୁତାବକ ଭୋଜନ କିଣିବା ପାଇଁ ୧୨ ପ୍ରତିଶତ ଲୋକେ ଗହଣା ଏବଂ ତିନି ପ୍ରତିଶତ ଲୋକଙ୍କୁ ନିଜ ଜମି ବିକିବାକୁ ପଡିଥିଲା।   

   Related Posts