ଭଦ୍ରକ ସହରରେ ଫସିଥିବା ୯୬ ପ୍ରବାସୀ ଫେରିବେ ଦିଲ୍ଲୀ, ମିଳିଲା ସହାୟତା

Published By : Prameya-News7 Bureau | June 07, 2020 IST

ଭଦ୍ରକ ୭।୬: କାମଧନ୍ଧା କରି ନିଜ ପରିବାର ଓ ପେଟପାଟଣା ପାଇଁ ଓଡିଶା ଆସିଥିଲେ । ପରିବାର ସହ ବୁଲି ବୁଲି ବେପାର କରୁଥିଲେ । ନିକଟରେ ଥିବା ଆଶ୍ରୟସ୍ଥଳୀରେ ରାତ୍ରିଯାପନ କରୁଥିଲେ । ନିଜ ପିଲା ଛୁଆଙ୍କୁ ନେଇ ବୁଲି ବୁଲି ବେପାର କରିବା ସହ ବିଭିନ୍ନ ପ୍ରକାର କାମ କରି ପେଟ ପୋଷୁଥିଲେ । କାରୋନା ପାଇଁ କଟକଣା ଯୋଗୁଁ ଆଉ ଫେରି ପାରିଲେନାହିଁ । ଭଦ୍ରକ ସହରରେ ରହିଗଲେ ପ୍ରବାସୀ ।

{"id":282462,"sizeSlug":"large"}

ତେବେ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କ ରହିବା ଓ ଖାଇବା ପାଇଁ ଚରମ୍ପା ନିକଟରେ ଏକ ବାଳିକା ହାଇସ୍କୁଲରେ ବ୍ୟବସ୍ଥା କରଯାଇଥିଲା । ଦୀର୍ଘ ୩ ମାସରୁ ଅଧିକ ଦିନ ରହିବା ପରେ ଓଡିଶା ‘ମୋ ପରିବାର’ର ସଦସ୍ୟ ତଥା ଭଦ୍ରକ ବିଧାୟକଙ୍କ ଉଦ୍ୟମ ବଳରେ ଘରକୁ ଫେରିଯିବା ପାଇଁ ସେମାନଙ୍କ ଲାଗି ବ୍ୟବସ୍ଥା କରାଯାଇଛି । ଛୋଟ ପିଲା, ମହିଳା ଓ ପୁରୁଷଙ୍କୁ ମିଶାଇ ୯୬ଜଣଙ୍କ ପାଇଁ ଟ୍ରେନ୍ ଟିକେଟର ବ୍ୟବସ୍ଥା କରିଛି ‘ମୋ ପରିବାର’ ।

{"id":282463,"sizeSlug":"large"}

ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ସେମାନଙ୍କୁ ଭେଟି ଟ୍ରେନ୍ ଟିକେଟ୍ ଦେଇଛନ୍ତି । ରାତି ଟ୍ରେନରେ ୯୬ ଜଣ ଚରମ୍ପା ଷ୍ଟେସନରୁ ଦିଲ୍ଲୀ ଅଭିମୁଖେ ବାହାରିବେ । ସରକାର ଓ ପ୍ରଶାସନ ତରଫରୁ ସୁବ୍ୟବସ୍ଥା କରାଯାଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ପ୍ରବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.