Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ପୋଲିସ କଷ୍ଟଡିରେ ବାହୁବଳୀ ଫେମ୍ ରମ୍ୟା କୃଷ୍ଣନ, କାରରୁ ଜବତ ହେଲା ୧୦୪ ମଦ ବୋତଲ, ଡ୍ରାଇଭର ଗିରଫ

13/06/2020 at 7:54 PM

ନୂଆଦିଲ୍ଲୀ ୧୩।୦୬: ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ତଥା ବାହୁବଳୀ ଫେମ୍ ରମ୍ୟା କୃଷ୍ଣନ ସର୍ବଦା ଖରାପ କାରଣ ଯୋଗୁଁ ବିବାଦ ଘେରରେ ରହି ଆସିଛନ୍ତି। ଏହି କ୍ରମରେ ଶୁକ୍ରବାର ଚେନ୍ନାଇ ପୋଲିସ ତାଙ୍କ କାରରୁ ୧୦୦ରୁ ଅଧିକ ମଦ ବୋତଲ ଜବତ କରିଛି। ମଦ ବୋତଲ ଜବତ ସହିତ ତାଙ୍କ ଡ୍ରାଇଭର ସେଲଭା କୁମାରଙ୍କୁ ଗିରଫ ମଧ୍ୟ କରିଛି। ମିଡିଆ ରିପୋର୍ଟ ଅନୂଯାୟୀ ଯେଉଁ ସମୟରେ ପୋଲିସ ଯାଞ୍ଚ କରୁଥିଲା ସେହି ସମୟରେ ରମ୍ୟା କାରରେ ଥିଲେ।  ତାଙ୍କ ସହିତ ତାଙ୍କ ଭଉଣୀ  ବିନୟା କୃଷ୍ଣାନ ମଧ୍ୟ ଥିଲେ।

ସୂଚନା ଅନୁଯାୟୀ ରମ୍ୟା କୃଷ୍ଣନ ନିଜର ଭଉଣୀ ଓ ଡ୍ରାଇଭରଙ୍କ ସହ ମମଲାପୁରମରୁ ଚେନ୍ନାଇ ଯାଉଥିଲେ। ଏହି ସମୟରେ ଚେନ୍ନାଇ ପୋଲିସ ଚେକପୋଷ୍ଟରେ ତାଙ୍କ କାରକୁ ଅଟକାଇ ତଲାସି ନେଇଥିଲେ। ଏହି ସମୟରେ ୧୦୪ ମଦ ବୋତଲ ଜବତ ହୋଇଥିଲା। ଏହା ପରେ ରମ୍ୟା ଓ ତାଙ୍କ ଡ୍ରାଇଭରକୁ ପୋଲିସ ଅଟକ ରଖିଥିଲା।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ପୋଲିସ ମହାବଳୀପୁରମରୁ ଚେନ୍ନାଇ ଯାଉଥିବା ରମ୍ୟା କୃଷ୍ଣନଙ୍କ କାରକୁ ଅଟକାଇଥିଲେ। ଯେତେବେଳେ ପୋଲିସ କାର ଯାଞ୍ଚ କରିବାକୁ କହିଥିଲେ, ରାମ୍ୟା ଚୁପଚାପ୍ ରାଜି ହୋଇଥିଲେ। ଯାଞ୍ଚ ସମୟରେ କାରରୁ ପ୍ରାୟ ୧୦୪ ମଦ  ବୋତଲ ଜବତ ହୋଇଥିଲା। ଏଥିରେ ୮ ଟି ହାର୍ଡ ମଦ ମଧ୍ୟ ସାମିଲ। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କାରଣରୁ ପୋଲିସ ଅଭିନେତ୍ରୀଙ୍କୁ ଏବଂ ତାଙ୍କ କାର ଡ୍ରାଇଭରକୁ ଅଟକ ରଖିଥିଲା।

ସୂଚନା ଅନୁଯାୟୀ ସେଲଭା କୁମାରଙ୍କୁ ବ୍ୟକ୍ତିଗତ ମୁଚଲିକା ଜାମିନରେ ଛାଡି ଦିଆଯାଇଛି। ରମ୍ୟା କୃଷ୍ଣନଙ୍କ ଡ୍ରାଇଭରଙ୍କୁ ନିଜେ ମୁକୁଳାଇଥିବା କୁହାଯାଉଛି। ଏହି ଘଟଣାରେ ଏ ପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

   Related Posts