Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

କରୋନା ସଂକ୍ରମିତ ମହାରାଷ୍ଟ୍ରରେ ୯୬ ପୋଲିସ କର୍ମଚାରୀ ପଜେଟିଭ ଚିହ୍ନଟ, ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭

25/04/2020 at 7:59 PM

ମୁମ୍ବାଇ:  ମହାରାଷ୍ଟ୍ର ପୋଲିସର ୯୬ ଜଣ କର୍ମଚାରୀ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।  ଶନିବାର ପୋଲିସ ଏକ ବିବୃତ୍ତିରେ ଏହି ସୂଚନା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ସୁସ୍ଥ ହୋଇ ଘରୁକୁ ଫେରିଥିବାର ସୂଚନା ଦିଆଯାଇଛି। ରାଜ୍ୟରେ ଲକଡାଉନ୍‌ ପରିସ୍ଥିତିର ସମୀକ୍ଷା ରିପୋର୍ଟ ପୋଲିସ ପ୍ରଦାନ କରିଛି।  ଏଥିରେ ସରକାରଙ୍କ ଆଦେଶ କାର୍ଯ୍ୟକାରୀ କରିବା ଲାଗି ବ୍ୟାପକ ଫୋର୍ସ ମୁତୟନ କରାଯାଇଥିବା ଓ ଯେଉଁଠାରେ ଲୋକେ ଲକଡାଉନ ଉଲ୍ଲଂଘନ ହୋଇଥିଲା ସେଠାରେ କାର୍ଯ୍ୟାନୁଷ୍ଠାନ କରିଥିବାର ସୂଚନା ଦେଇଛି। 

ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ବେଳେ ୧୫ ହଜାର ଲକଡାଉନ୍ ଉଲ୍ଲଂଘନକାରୀ ଗିରଫ ହୋଇଛନ୍ତି। ସେହିପରି ଆଇନ ଉଲ୍ଲଂଘନ ନେଇ ୬୯ ହଜାର ମୋକଦ୍ଦମା ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଛି। ଏଥିରେ ୨୨ ମାର୍ଚ୍ଚରୁ ଏପର୍ଯ୍ୟନ୍ତ  ବିଭିନ୍ନ ସ୍ଥାନରୁ ୧୪ ହଜାର ୯୫୫ ଜଣ ଗିରଫ ହୋଇଥିବା କୁହାୟାଇଛି। ସେହିପରି ଲକଡାଉନ୍‌ ସମୟରେ ବିନା କାରଣରେ ଯାନବାହନ ପ୍ରୟୋଗ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୪୭ ହଜାର ୧୬୮ଟି ବାହନ ଜବତ ହୋଇଥିବା ବେଳେ ମାମଲାରେ ୪୦୦ ଜଣଙ୍କୁ ଗିରଫ ହୋଇଛନ୍ତି ।

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହାର ଦେଶର ଅନ୍ୟ ରାଜ୍ୟଙ୍କ ତୁଳନାରେ ଯଥେଷ୍ଟ ଅଧିକ। ରାଜ୍ୟର ବିଭିନ୍ନ ସ୍ଥାନରୁ ୬ହଜାର ୮୧୭ ଜଣ ପଜେଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦୧ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯୪ଟି ନୂଆ ପଜେଟିଭ ଚିହ୍ନଟ ହୋଇଛନ୍ତି। ରାଜଧାନୀ ମୁମ୍ବାଇରେ ଶୁକ୍ରବାର ୩୫୭ଟି ନୂଆ କୋଭିଡ-୧୯ ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୧ଜଣଙ୍କ ମୃତ୍ୟୁ ହୋଇଛି।

   Related Posts