କରୋନାରେ ଥରହର ମୁମ୍ବାଇ: ରବିବାର ଭାଙ୍ଗିଲା ସବୁ ରେକର୍ଡ, ଚିହ୍ନଟ ହେଲେ ୯୫୧୮ ନୂତନ ସଂକ୍ରମିତ
19/07/2020 at 10:44 PM

ମୁମ୍ବାଇ ୧୯।୦୭: କରୋନା ଭାଇରସ୍ ସଂକ୍ରମଣରେ ଥର ହର ମୁମ୍ବାଇ। ଦିନ ଗଡିବା ସହିତ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି। ରବିବାର ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଏ ପର୍ଯ୍ୟନ୍ତ ଥିବା ସବୁ ରେକର୍ଡ ଧ୍ଵସ୍ତ କରିଛି। ରବିବାର ରାଜ୍ୟରେ ୯୫୧୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ମହାମାରୀରେ ୨୫୮ ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧,୮୫୪କୁ ବୃଦ୍ଧି ଘଟିଛି। ଅପରପକ୍ଷେ ରବିବାର ୩୯୦୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
9,518 new #COVID19 positive cases, 258 deaths and 3906 discharged in Maharashtra today. The total number of positive cases in the state rises to 3,10,455 including 1,69,569 discharged and 11,854 deaths: State health department
— ANI (@ANI) July 19, 2020
ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସ୍ଵାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ, ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୯୫୧୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ମୋଟ୍ ସଂକ୍ରମିତଙ୍କ ବୃଦ୍ଧି ଘଟି ୩,୧୦,୪୫୫ରେ ପହଞ୍ଚିଛି। ଏଥିରୁ ଅଦ୍ୟାବଧି ୧,୬୯,୫୬୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧,୮୫୪ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ରବିବାର ୩୯୦୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
Mumbai reported 1,046 new COVID-19 cases and 64 deaths in the last 24 hours, taking total cases to 1,01,224 and 5,711 deaths. Number of active cases stands at 23,828: Brihanmumbai Municipal Corporation pic.twitter.com/2xdwUd9LYa
— ANI (@ANI) July 19, 2020
ଅପରପକ୍ଷେ ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୧୦୪୬ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ମହାମାରୀରେ ୬୪ ଜଣଙ୍କ ପ୍ରାଣହାନୀ ଘଟିଛି। ବୃହ ମୁମ୍ବାଇ ନଗର ନିଗମ ଅନୁଯାୟୀ ମୁମ୍ବାଇରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତ ସଂଖ୍ୟା ୧,୦୧,୨୨୪ ରହିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୭୧୧ ରହିଛି। ସଂପ୍ରତି ମୁମ୍ବାଇରେ ମୋଟ୍ ଆକ୍ଟିଭ୍ କେସ୍ ସଂଖ୍ୟା ୨୩,୮୨୮ ରହିଛି।