Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କରୋନା କାଳରେ ଅନନ୍ୟ ପ୍ରେମ କାହାଣୀ : ୯୫ ବର୍ଷରେ ହେଲା ପ୍ରେମ, ବିବାହ ବନ୍ଧନରେ ବାନ୍ଧିହେଲେ ବୃଦ୍ଧ ବୃଦ୍ଧା

12/06/2021 at 10:35 AM

ନୂଆଦିଲ୍ଲୀ ୧୨/୬ : କୁହାଯାଏ ପ୍ରେମ ଶାସ୍ୱତ, ଚିରନ୍ତନ । ପ୍ରେମର ନାହିଁ ପରିଭାଷା, ନାହିଁ ବୟସସୀମା । ଭଲପାଇବା ପାଇଁ ଦରକାର ନଥାଏ କୌଣସି ବନ୍ଧନ । ଯେଉଁ ବୟସରେ ଲୋକେ ଭଗବାନଙ୍କୁ ଉପାସନା କରିବା କଥା । ସେ ବୟସରେ ହୋଇଛି ପ୍ରେମ । କରୋନା କାଳରେ ନଜର ଆସିଛି ଏମିତି ପ୍ରେମ କାହାଣୀ । ଯେଉଁଠି ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ସେଠି ୨ ବୟୋଜ୍ୟଷ୍ଠ ନାଗରିକ ସୃଷ୍ଟି କରିଛନ୍ତି ଉଦାହରଣ ।

ଦୁଇ ବୃଦ୍ଧ ବୃଦ୍ଧା ତାଙ୍କର ଭଲପାଇବାକୁ ଦେଇଛନ୍ତି ସ୍ୱୀକୃତି । ୯୫ ବର୍ଷ ବୟସରେ ବାନ୍ଧି ହୋଇଛନ୍ତି ବିବବାହ ବନ୍ଧନରେ । ପତ୍ନୀଙ୍କୁ ହରାଇଥିବା ଜନ୍ ସୁଲଟସଙ୍କ ସହ ହଠାତ୍ ଆନନ୍ଦ ମୋର୍-ନାଲଟନଙ୍କ ଭେଟ ହୋଇଥଲା । ପ୍ରଥମ ଦେଖାରେ ଉଭୟଙ୍କ ମଧ୍ୟରେ କେଉଁଠି ନା କେଉଁଠି ସୃଷ୍ଟି ହୋଇଥିଲା ଦୁର୍ବଳତା । ଏମିତି କିଛିଦିନର ସାକ୍ଷତ ପରେ ଉଭୟ ଉଭୟଙ୍କୁ ଭାବନାକୁ ବୁଝିବା ସହ ଜଣାଇଥିଲେ ସମ୍ମାନ । ଉଭୟ ବରିଷ୍ଠ ନାଗରିକ ହେଉଛନ୍ତି ନ୍ୟୁୟର୍କର ବାସିନ୍ଦା ।

କୋଭିଡ -19 ସତ୍ତ୍ୱେ ଦୁହେଁ ପରସ୍ପରକୁ ଭେଟିବା ବନ୍ଦ କରିନଥିଲେ । ଧୀରେ ଧୀରେ ଏମାନଙ୍କର ସମ୍ପର୍କ ମଜଭୁତ ହୋଇଥିଲା । ହଠାତ ଦିନେ ଜନ ସୁଲଟସ୍ ମୋରେଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଆଉ ମୋରି ବି ତାଙ୍କ ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ । ଶେଷରେ ସେମାନେ ନିଷ୍ପତ୍ତି ନେଇଥିଲେ ତାଙ୍କ ସମ୍ପର୍କକୁ ସ୍ୱୀକୃତି ଦେବାକୁ । ଏବେ କୋଭିଡ କଟକଣା କୋହଳ ହେବା ପରେ ଉଭୟ ବାନ୍ଧିହୋଇଛନ୍ତି ବିବାହ ବନ୍ଧନରେ । ତେବେ ବିବାହ ପୂର୍ବରୁ ଉଭୟ କୋଭିଡ ଟିକା ମଧ୍ୟ ନେଇଛନ୍ତି ।

ସେପଟେ ଏମାନଙ୍କର ବିବାହ ନେଇ ଖୁସି ଅଛନ୍ତି ଜନଙ୍କ ପୁତ୍ର । ସେ କହିଛନ୍ତି ଦୀର୍ଘଦିନ ଧରି ଏମାନଙ୍କ ମଧ୍ୟରେ ଉତ୍ତମ ଭୁଝାମଣା ରହିଥିଲା । ଶେଷରେ ସେମାନେ ତାଙ୍କର ସମ୍ପର୍କୁ ମଜଭୁତ କରିବାକୁ ଚାହିଁଲେ ଏଥିରେ କୌଣସି ଆପତ୍ତି ନାହିଁ ।

   Related Posts