ଚୋରାଚାଲାଣ ବେଳେ ୯୫ଟି କଇଁଛ ଜବତ : ଅଭିଯୁକ୍ତ ଫେରାର, ବନ ବିଭାଗର ତଦନ୍ତ ଜାରି
15/06/2020 at 8:44 AM

ନବରଙ୍ଗପୁର ୧୫।୦୬: ଚୋରାଚାଲାଣ ବେଳେ କଇଁଛ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ମୈଦଲପୁର ବନ ବିଭାଗ ଦ୍ୱାରା ଉଦ୍ଧାର ହୋଇଛି ଏହିସବୁ କଇଁଛ । ଅଭିଯୁକ୍ତ ଫେରାର, ବନ ବିଭାଗର ତଦନ୍ତ ଜାରି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଜଣେ ଯୁବକ କଇଁଛ ଚୋରାଚାଲାଣ କରୁଥିବାର ଖବର ବିଶେଷ ସୂତ୍ରରୁ ପାଇଥିଲେ ମୈଦଲପୁର ବନ ବିଭାଗ କର୍ମଚାରୀ । କଳାହାଣ୍ଡି ଓ ନବରଂଗପୁରକୁ ସଂଯୋଗ ହୋଇଥିବା NH ୨୬ ଆମ୍ଵପାଣି ଘାଟିରେ ମୈଦଲପୁର ବନ ବିଭାଗ ଜଗି ରହିଥିଲେ। କଳାହାଣ୍ଡି ଜିଲ୍ଲାର ଜଣେ ଯୁବକ ମୋଟରସାଇକେଲ ୯୫ଟି ଜୀଵନ୍ତ କଇଁଛ ଧରି ନବରଂଗପୁର ଆଡ଼କୁ ଯାଉଥିଲେ ।

ତେବେ ରାସ୍ତାରେ ପୁର୍ବରୁ ଜଗି ଥିବା ବନଖଣ୍ଡ ଅଧିକାରୀ ଓ ସମସ୍ତ କର୍ମଚାରୀ ଯୁବକଙ୍କୁ କାବୁ କରି ୯୫ଟି ଜୀବନ୍ତ କଇଁଛକୁ ଉଦ୍ଧାର କରିବା ସହ ମଟରସାଇକେଲକୁ ଜବତ କରିଛନ୍ତି। କିନ୍ତୁ ବନ ବିଭାଗକୁ ଚକମା ଦେଇ ଉକ୍ତ ଯୁବକ ଜଣଙ୍କ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି । ଘଟଣାରେ ବନବିଭାଗ ଛାନ୍ଭିନ୍ ଜାରି ରଖିଛି ।