Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଭାରତରେ ମହାମାରୀ ଯୋଗୁ କର୍ମସଂସ୍ଥାନକୁ ନେଇ ଚିନ୍ତିତ ୯୫% କର୍ମଜୀବି: ରିପୋର୍ଟ

30/04/2021 at 9:12 PM

ପ୍ରତିଷ୍ଠାନର ‘ପ୍ୟୁପିଲ ଆଟ୍ ୱାର୍କ -୨୦୨୧ ଏ ଗ୍ଲୋବାଲ ୱାର୍କ ଫୋର୍ସ ଭ୍ୟୁ ’ ରିପୋର୍ଟ ଅନୁସାରେ କୋଭିଡ-୧୯ ମହାମାରୀ ଦ୍ୱିତୀୟ ଲହର ଏବେ ଭାରତରେ କର୍ମଜୀବିଙ୍କ ମଧ୍ୟରେ  ନିଯୁକ୍ତି ସୁରକ୍ଷାକୁ ନେଇ ଆତଙ୍କ ସୃଷ୍ଟି କରିଛି। ପ୍ରାୟ ୯୫ ପ୍ରତିଶତ ଏବେ ସେମାନଙ୍କ ଆର୍ଥିକ ଅଥବା ନିଯୁକ୍ତି ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ତେବେ ସର୍ଭେକ୍ଷଣ ଅନୁଯାୟୀ ଲୋକଙ୍କ ଭାବନା ଏବେବି ସକରାତ୍ମକ ରହିଛି। ସେମାନେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ରୋଜଗାରକୁ ନେଇ ଆଶାବାଦୀ ଥିବା କହିଛନ୍ତି।

ଏଡିପି ଗତ ବର୍ଷ ନଭେମ୍ବର ୧୭ ରୁ ଡିସେମ୍ବର ୧୧ ତାରିଖ ମଧ୍ୟରେ ବିଶ୍ୱର ୧୭ଟି ଦେଶରେ ୩୨ ହଜାର ୪୭୧ଜଣ କର୍ମଜୀବିଙ୍କୁ ନେଇ କରୋନାରେ ରୋଜଗାର ସୁରକ୍ଷା ସର୍ଭେ କରିଥିଲା।  ତେବେ ଏଥିରେ ଅଂଶଗ୍ରହଣ କରିଥିବା ୮୬ ପ୍ରତିଶତ ବୃତ୍ତିଗତ ପ୍ରଭାବିତ ହୋଇଥିଲେ। ଅଂଶଗ୍ରହଣ କାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ନିଯୁକ୍ତି ହରାଇଥିଲେ ଅଥବା କର୍ମସଂସ୍ଥାନରୁ ଅସ୍ଥାୟୀ ଭାବେ ଦୂରରେ ଥିଲେ। ସେହିପରି ୩୦ ପ୍ରତିଶତ ବେତନ ହ୍ରାସର ସମ୍ମୁଖୀନ ହୋଇଥିବା ବେଳେ ୨୫ ପ୍ରତିଶତଙ୍କ କାର୍ଯ୍ୟଘଣ୍ଟା ହ୍ରାସ ହୋଇଥିଲା।

ଏଡିପିର ପ୍ରଶାନ୍ତ ଏସିୟ କ୍ଷେତ୍ରର ସଭାପତି ପିଟର ହାଡଲେ କହିଛନ୍ତି ଯେ ଯେତେବେଳେ ଅଚାନକ ବ୍ୟବସାୟ ସାମୟୀକ ଅଥବା ସ୍ଥାୟୀ ଭାବେ ବନ୍ଦ ହୁଏ କିମ୍ବା କାର୍ଯ୍ୟକଳାପରେ ପରିବର୍ତ୍ତନ କରିବାକୁ ହୁଏ ସେତେବେଳେ କାର୍ଯ୍ୟକ୍ଷେତ୍ରରେ ଅନିଶ୍ଚିତତା ଅଥବା ବ୍ୟାଘାତ ସୃଷ୍ଟି ହେବା ନିଶ୍ଚିତ। ତେବେ ନିଯୁକ୍ତିଦାତା ଓ ଏଚଆର ଟିମ୍‌  ଉପୁଜିଥିବା ପରିସ୍ଥିତିରେ ସକରାତ୍ମକତା ବଜାୟ ରଖିବା ଦରକାର ବୋଲି ହାଡଲେ କହିଛନ୍ତି। ଯାହା ଦ୍ୱାରା କର୍ମଚାରୀ ଉତ୍ସାହିତ ଅନୁଭବ କରିପାରିବେ।

ଏହାଦ୍ୱାରା କୋଭିଡ-୧୯କୁ ନେଇ ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ନକରାତ୍ମକତା ମଧ୍ୟ ଅନେକ ଗୁଣାରେ ହ୍ରାସ ହେବା ସହ ଉତ୍ପାଦନ ପ୍ରଭାବିତ ହେବ ନାହିଁ। ଶ୍ରମିକଙ୍କ ନୂତନ ଦକ୍ଷତା ବିକାଶ କରି ସେମାନଙ୍କୁ ସକ୍ଷମ କରାଯାଇପାରିବ ବୋଲି ହାଡଲେ କହିଛନ୍ତି। ତଥାପି ସର୍ଭେରୁ ୨ ତୃତୀୟାଂଶ କର୍ମଚାରୀ ଚାକିରୀ ହରାଇବା ନିଶ୍ଟିତ ବୋଲି ଏବେ ଭାବି ନେଇସାରିଥିବା ବେଳେ ୬୮ ପ୍ରତିଶତ ସେପରି କୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ଆଶାବ୍ୟକ୍ତ କରନ୍ତି ବୋଲି ଜଣାପଡିଛି।

   Related Posts