Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ବିବାହର ୨ ଦିନ ପରେ ବରର ହୋଇଗଲା ମୃତ୍ୟ, ଭୋଜିରେ ଯୋଗ ଦେଇଥିବା ୯୫ ଅତିଥି କରୋନା ପଜିଟିଭ୍

30/06/2020 at 10:23 PM

ପାଟନା, ୩୦|୦୬: ବିହାରରେ ଏକ ବିବାହ ଭୋଜିରେ ଯୋଗ ଦେଇଥିବା ୯୫ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଘଟଣା ସମ୍ପର୍କରେ ସେତେବେଳେ ଜଣାପଡିଲା ଯେତେବେଳେ ବର ବିବାହର ୨ ଦିନ ପରେ ପ୍ରାଣ ହରାଇଥିଲା । ତେବେ ବରର ଶରୀରରେ କରୋନା ଲକ୍ଷଣ ଥିବା ମଧ୍ୟ କୁହାଯାଉଛି । ତେବେ ସବୁଠାରୁ ବଡ କଥା ହେଉଛି ଯେ ବରର ମୃତ୍ୟୁ ପରେ ପରିବାର ଲୋକେ ପ୍ରଶାସନକୁ ସୂଚନା ନଦେଇ ମୃତଦେହର ସତ୍କାର କରିଦେଇଥିଲେ ।

ପାଟନା ଜିଲ୍ଲପାଳ କୁମାର ରବିଙ୍କ ସୂଚନାନୁସାରେ, ବିହାର ପାଲିଗଞ୍ଜ ଗ୍ରାମରେ ଗତ ୧୫ ତାରିଖରେ ଏହି ବିବାହ ଭୋଜି ଆୟୋଜିତ ହୋଇଥିଲା । ୩୦ ବର୍ଷର ବର ଗୁରୁଗ୍ରାମରୁ ବିବାହ ପାଇଁ ଆସିଥିଲେ । କିନ୍ତୁ ୧୭ ତାରିଖରେ ସେ ପ୍ରାଣ ହରାଇଥିଲେ । ତାଙ୍କର ମୃତଦେହକୁ ମଧ୍ୟ ପରିବାର ଲୋକେ କାହାକୁ କିଛି ନଜଣାଇ ସତ୍କାର କରିଦେଇଥିଲେ । ତେବେ ତାଙ୍କୁ କେହି ଜଣେ ଏ ବାବଦରେ ଟେଲିଫୋନ ଯୋଗେ ସୂଚନା ଦେଇଥିଲା । ସୂଚନା ପାଇବା ପରେ ସେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପରିବାର ଓ ପାଖ ପଡୋଶୀଙ୍କ ମଧ୍ୟରୁ କେତେଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ମଧ୍ୟରୁ ୧୫ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ମଧ୍ୟ ହୋଇଥିଲା । ସୋମବାର ୮୦ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏହି ୮୦ଜଣ ବିବାହ ଭୋଜିରେ ଯୋଗଦେଇଥିଲେ ।

ପାଲିଗଞ୍ଜ ବ୍ଲକର ନଉବତପୁରରେ ଏହି ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବର ଜଣଙ୍କ ଗୁରଗ୍ରାମରେ ସଫ୍ଟଓୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ସେ ଗତ ମେ ୧୨ରେ ଗ୍ରାମକୁ ଫେରିଥିଲେ ।  ଉଭୟ ବରକନ୍ୟାଙ୍କ ପିତା ଶିକ୍ଷକ ଭାବେ କାମ କରନ୍ତି । ତେବେ ନବବିବାହିକ କନ୍ୟାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି ।

   Related Posts