Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଦିଲ୍ଲୀରେ କମିଲା କରୋନା ପ୍ରକୋପ ! ୨୪ ଘଣ୍ଟାରେ ୯୫୬ କେସ୍, ୧୦୦ ତଳକୁ ଖସିଲା ମୃତ୍ୟୁ ସଂଖ୍ୟା

30/05/2021 at 8:24 PM

ନୂଆଦିଲ୍ଲୀ ୩୦।୦୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍‌ର ଦ୍ଵିତୀୟ ଲହରର ପ୍ରକୋପ କମିବାରେ ଲାଗିଛି। ସ୍ଥିତି ଧିରେ ଧିରେ ନିୟନ୍ତ୍ରଣକୁ ଆସିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ଏକ ହଜାରରୁ କମ କେସ୍ ସାମ୍ନାକୁ ଆସିଛି। ଏହି ଅବଧିରେ ୭୮ ଜଣଙ୍କ ପ୍ରାଣହାନୀ ଘଟିଛି। ୪୬ ଦିନ ପରେ ପ୍ରଥମ ଥର ଦୈନିକ ମୃତ୍ୟୁ ସଂଖ୍ୟା ୧୦୦ ତଳକୁ ଆସିବା ଦିଲ୍ଲୀବାସୀଙ୍କ ସହ ରାଜ୍ୟ ସରକାରଙ୍କୁ ଆଶ୍ଵସ୍ତ କରିଛି। ଏଥିସହ ସଂକ୍ରମଣହାର ହ୍ରାସ ପାଇ ୧.୨୫ ପ୍ରତିଶତରେ ରହିଛି।

ସ୍ଵାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୯୪୬ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ୬୮ ଦିନ ପରେ ସବୁଠୁ କମ ମାମଲା। ଏହି ସମୟରେ ୧୮୦୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନାରେ ୭୮ ଜଣଙ୍କ ପ୍ରାଣହାନୀ ଘଟିଛି। ଦିଲ୍ଲୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୪,୨୫, ୫୯୨ରେ ପହଞ୍ଚି ଥିବା ବେଳେ ଆକ୍ଟିଭ୍ କେସ୍ ସଂଖ୍ୟା ୧୨,୧୦୦ ରହିଛି।

ଦିଲ୍ଲୀରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। କିନ୍ତୁ କରୋନା ବିରୋଧୀ ଲଢେଇ ଏବେ ଶେଷ ହୋଇ ନାହିଁ। ଗତ ୨୪ ଘଣ୍ଟାରେ ରାଜଧାନୀରେ ୭୫,୪୪୦ ନମୁନା ଯାଞ୍ଚ କରାଯାଇଥିଲା। ଏଥିରୁ ମାତ୍ର ୯୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ବର୍ତ୍ତମାନ ୫,୮୭୧ ଜଣ ହୋମ ଆଇସୋଲେସନରେ ଅଛନ୍ତି।

   Related Posts