Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ଭାଇରସ: ଗତ ୨୪ ଘଣ୍ଟାରେ ଦେଶରେ ୯୪୧ଟି ନୂଆ କେସ୍, ପ୍ରାଣ ହରାଇଛନ୍ତି ୩୭ ସଂକ୍ରମିତ

16/04/2020 at 4:26 PM

ନୂଆଦିଲ୍ଲୀ, ୧୬|୦୪: ଗତ ୨୪ ଘଣ୍ଟାରେ ୧୮୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ୯୪୧ଟି ନୂଆ ମାମଲା ସାମ୍ନାକୁ ଆସିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୨୩୮୦ ଛୁଇଁଥିବା ବେଳେ ଗତ ୨୪ ଘଣ୍ଟାରେ ୩୭ ଜଣ ପ୍ରାଣ ହରାଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ମନ୍ତ୍ରାଳୟର ସଂଯୁକ୍ତ ସଚିବ ଲବ୍ ଅଗ୍ରଓ୍ୱାଲ କହିଛନ୍ତି ଯେ, ଦେଶରେ ଏବେ କରୋନାରେ ୪୧୪ଜଣ ପ୍ରାଣ ହରାଇଛନ୍ତି । କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ନେଇ ହେଲଥ୍ ଆଡଭାଇଜାରୀ ଜାରି କରାଯାଇଛି । ଯେଉଁଥିରେ ଜନତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ । ଏବେ ସୁଧା ଦେଶରେ ୧୪୮୯ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୩୨୫ ଜିଲ୍ଲାରେ ଗୋଟିଏ ହେଲେ କରୋନା ମାମଲା ଆସିନାହିଁ ।

ଆଇସିଏମଆର ମୁଖ୍ୟ କହିଛନ୍ତି ଯେ, ଦେଶର ସବୁଠାରେ ଆଣ୍ଟିବଡି ଟେଷ୍ଟର ବ୍ୟବହାର ଫାଇଦା ଦେବ ନାହିଁ । ହଟସ୍ପଟ୍ କ୍ଷେତ୍ରରେ ଏହାର ପ୍ରୟୋଗ କରାଯିବ । ଦେଶରେ ତେବେ ସୁଧା ୨ ଲକ୍ଷ ୯୦ ହଜାରରୁ ଅଧିକ ଟେଷ୍ଟ୍ କରାଯାଇଛି । ଆମ ପାଖରେ ପର୍ଯ୍ୟାପ୍ତ କିଟ୍ ମହଜୁଦ ରହିଛି । ରାପିଡ୍ ଆଣ୍ଟିବଡିର ପ୍ରୟୋଗ ଡାଏଗ୍ନୋସିସ୍ ପାଇଁ କରାଯିବ ନାହିଁ ।

ଗୃହ ମନ୍ତ୍ରାଳୟ କହିଛି ଯେ, ରାଜ୍ୟ ସରକାର ଲକଡାଉନକ କଡାକଡି ଭାବେ ପାଳନ କରୁଛନ୍ତି । ଯେଉଁଠାରେ ଏହା ପାଳନ ନହେବ ସେଠାରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟଙ୍କୁ ଏଥିପାଇଁ ଚିଠି ଲେଖାଯାଇଛି । ଟ୍ରେନ୍, ସଡକ ଓ ବିମାନ ଚଳାଚଳ ବନ୍ଦ ରହିବ । ସମସ୍ତ ଧାର୍ମିକ କାର୍ଯ୍ୟକ୍ରମରେ ରୋକ ଲାଗିଛି । ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯିବ ।

   Related Posts