କଟକ ସହରରୁ ଆଉ ୯୪ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୨୩

Published By : Prameya-News7 Bureau | August 15, 2020 IST

କଟକ, ୧୫|୦୮:  ଶନିବାର କଟକ ସହରରୁ ଆଉ ୯୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

wp:html /wp:html

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨୩ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । କ୍ୱାରେଣ୍ଟାଇନରେ ଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨୪ ଜଣ ସରକାରୀ କ୍ୱାରେଣ୍ଟାଇନରେ ଥିବା ବେଳେ ୧୦ ଜଣ କଣ୍ଟେନମେଣ୍ଟ ଜୋନ୍ ରୁ  ଚିହ୍ନଟ ହୋଇଛନ୍ତି । ଏହାସହ ୩୭ ଜଣ ହୋମ କ୍ୱରେନଣ୍ଟାଇନରେ ରହିଥିଲେ ।

ଏବେ ସୁଦ୍ଧା କଟକ ସହରରେ ମୋଟ୍ ୨୧୫୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୩୧୮ ଜଣ ସୁସ୍ଥ ହୋଇଛନ୍ତି। ୧୧ ଜଣଙ୍କର ମୃତ୍ୟୁ ହୋଇଛି। ୮୨୨ ଟି ସକ୍ରିୟ କେସ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.