Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କରୋନା ପୁଣି ହାରିଲା: ସମ୍ କୋଭିଡ୍ ହସ୍ପିଟାଲରେ ସୁସ୍ଥ ହେଲେ ବିଧାୟକଙ୍କ ୯୩ ବର୍ଷୀୟା ମା’

11/10/2020 at 6:30 PM

ଭୁବନେଶ୍ୱର, ୧୧/୧୦ : କରୋନା ମହାମାରୀ ଭଳି ଅଦୃଶ୍ୟ ଓ ଭୟଙ୍କର ଶତ୍ରୁକୁ ବୟୋଜ୍ୟେଷ୍ଠମାନେ ଖୁବ ଅନାୟସରେ ପରାସ୍ତ କରିପାରିବେ ଏହାକୁ ପୁଣି ଥରେ ପ୍ରମାଣ କରିଛନ୍ତି ଜଣେ ୯୩ ବର୍ଷୀୟା ମହିଳା । ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଦ୍ୱାରା ବରିଷ୍ଠ ନାଗରିକମାନେ କରୋନାରୁ ସୁସ୍ଥ ହୋଇପାରିବେ । ଏହା ପୁଣି ଥରେ ସାବ୍ୟସ୍ତ ହୋଇଛି ସମ୍ କୋଭିଡ ହସ୍ପିଟାଲରେ । କରୋନା ସଂକ୍ରମିତ ହୋଇଥିବା ୯୩ ବର୍ଷୀୟା ବାସନ୍ତୀ ପାତ୍ର ସମ୍ କୋଭିଡ୍ ହସ୍ପିଟାଲ‌ରୁ ଚିକିତ୍ସା ପାଇବା ପରେ ରବିବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ମାତା ଶ୍ରୀମତି ବାସନ୍ତୀ ପାତ୍ର ଗତ ଅକ୍ଟୋବର ୨ ତାରିଖରେ କରୋନା ସଂକ୍ରମିତ ହୋଇଥିବାବେଳେ ୫ ତାରିଖରେ ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମହିଳାଙ୍କ ଶରୀରରେ ହୃଦଜନିତ ଓ କିଡନୀ ଜନିତ ସମସ୍ୟା ରହିଥିବାବେଳେ ପିତକୋଷରେ ପଥର ଥିବା ଜଣା ପଡ଼ିଥିଲା । ଏହାଛଡ଼ା ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ମଧ୍ୟ ତାଙ୍କର ଥିବାର ଜଣାପଡ଼ିଥିଲା । ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମିତ ହୋଇଥିବା ଏହି ୯୩ ବର୍ଷୀୟା ମହିଳାଙ୍କର ଚିକିତ୍ସା କରିବା ଏକ ପ୍ରକାର ଆହ୍ୱାନ ଥିଲା ।

ତେବେ ସମ୍ କୋଭିଡ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ପାରାମେଡିକ୍ କର୍ମଚାରୀମାନଙ୍କର ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ହୋଇ ଘରକୁ ଫେରିବା ସମୟରେ ନିଜର ଖୁସି ବ୍ୟକ୍ତ କରବା ସହ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ ନର୍ସମାନଙ୍କୁ ଅନେକ ଆଶୀର୍ବାଦ କରିଛନ୍ତି ବୟୋଜ୍ୟେଷ୍ଠ ମହିଳା ଜଣକ । ସେହିପରି ନିଜ ମାଆ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ସମ୍ କୋଭିଡ୍ ଟିମ୍ ଓ ସୋଆ କର୍ତୃପକ୍ଷଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ପାତ୍ର । ସମ୍ କୋଭିଡ୍ ଟିମ୍‌ର ସେବା, ଯତ୍ନ, ଚିକିତ୍ସା ଓ ଆପ୍ରାଣ ଉଦ୍ୟମ ଯୋଗୁଁ ହିଁ ଅନେକ ବୟସ୍କ କରୋନା ସଂକ୍ରମିତ ଏହି ମହାମାରୀରୁ ସୁସ୍ଥ ହୋଇ ପାରୁଛନ୍ତି ବୋଲି ସେ କହିଛନ୍ତି ।

   Related Posts