ସ୍ବାମୀଙ୍କ ମୃତ୍ୟୁ ପରେ ଫେମିଲି ପେନସନ ପାଉଥିବା ୯୩ ବର୍ଷ ବୟସ୍କା ଆଶାମଣି ଏବେ ନିରାଶ, ସରକାରୀ ବାବୁଙ୍କ ଖାମଖିଆଲ ନୀତି ଯୋଗୁଁ ବର୍ଷେହେଲା ଭୋକ ଉପାସରେ

Published By : Prameya-News7 Bureau | December 15, 2018 IST

wp:core-embed/youtube {"url":"https://www.youtube.com/watch?v=Yjv1OvlTsn4","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=Yjv1OvlTsn4
/wp:core-embed/youtube

ଖୋର୍ଦ୍ଧା ୧୫|୧୨: ସ୍ବାମୀଙ୍କ ମୃତ୍ୟୁ ପରେ ପେନସନ୍ ମିଳୁଥିଲା । ହେଲେ ୨୦୧୭ ଡିସେମ୍ବରରୁ ସେତକ ବନ୍ଦ । ଚଳିବାକୁ ନାହିଁ ନଥିବା ହଇରାଣ ହେଉଛନ୍ତି ଖୋର୍ଦ୍ଧା ଗୋଡ଼ିପଡ଼ାର ଆଶାମଣୀ ମଙ୍ଗରାଜ ।ପରିଣତ ବୟସରେ ରେଳ ବିଭାଗ ଠାରୁ  ଡିଟିଆଇ ଅଫିସ, ଟ୍ରେଜେରୀ ଅଫିସ ଦୌଡ଼ି ଦୌଡ଼ି ନିରାଶ ଆଶାମାଣୀ। 

{"id":64047}

ଖୋର୍ଦ୍ଧା  ଗୋଡିପଡା ଗାଁର୯୩ ବର୍ଷୀୟା  ବୃଦ୍ଧା ଆଶାମଣୀ ମଙ୍ଗରାଜ । ଆସାମ ଗୌହାଟୀ ନର୍ଦନ ଫ୍ରଣ୍ଟ ରେଳ ବିଭାଗରେ ସ୍ବାମୀ ବଂଶୀଧର ମଙ୍ଗରାଜ ଚତୁର୍ଥ ଶେଣୀ କର୍ମଚାରୀ ରୂପେ ଚାକିରିକରୁଥିଲେ ।  ୧୯୭୭ରେ ବଂଶୀଧରଙ୍କ ମୃତ୍ୟୁ ହେଲା । ସ୍ବାମୀଙ୍କ ମୃତ୍ୟୁ ପରେ ରେଳ ବିଭାଗ ପକ୍ଷରୁ ଖୋର୍ଦ୍ଧ।ଟ୍ରଜେରୀ ମଧ୍ୟମରେ  ପେନସନ୍ ପାଉଥିଲେ ଆଶାମଣୀ ।  ମାତ୍ର ୨୦୧୭ ଡିସେମ୍ବର ମାସରୁ ପେନସନ୍ କୁ ଖୋର୍ଦ୍ଧ। ଟ୍ରଜେରୀରୁ ବ୍ୟାଙ୍କକୁ ଟ୍ରାନସଫର୍ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଆସିଲା । ଆସାମ ଗୋହାଟି ନର୍ଦନ ଫ୍ରଣ୍ଟରେଳ ବିଭାଗର ଚିଠି ମୁତାବକ ଖୋର୍ଦ୍ଧ। ଟ୍ରଜେରୀ  ଆଶାମଣୀଙ୍କ ପେନସନ୍ ବିବରଣୀ ସଠିକ ରୂପେ  ଦେଇନି । ତେଣୁ ବର୍ଷେହେଲାଣି ଏହି ବୃଦ୍ଧା ପେନସନ ଗଣ୍ଡାକରୁ ବଞ୍ଚିତ । ଚଳିବା ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତିସେ । 

{"id":64048}

ସରକାରୀ ବାବୁଙ୍କ ଖାମଖିଆଲ ମନୋଭାବ । ଆଉ ପରିଣାମ ଭୋଗୁଛନ୍ତି ବୃଦ୍ଧା ଆଶାମାଣୀ। ଟ୍ରଜେରୀ ଠାରୁ ଆରମ୍ଭ କରି ନର୍ଦନ ଫ୍ରଣ୍ଟ ରେଳ ବିଭାଗ କାର୍ଯ୍ୟାଳୟରେ  ଗୁହାରୀ ପରେ ବି ଫଳ ଘର ଶୂନ ।ବାଧ୍ୟ ହୋଇ ନ୍ୟୁଜ7କୁ ନିଜ ଦୁଃଖ ଜଣାଇଥିଲେ ଆଶାମଣୀ ।  ତେବେ ଖୁବ୍ ଶୀଘ୍ର ଆଶାମଣୀଙ୍କ ପେନସନ ବିବରଣୀ ନର୍ଦ୍ଦନ ରେଳ ବିଭାଗକୁ ପଠାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ଟ୍ରେଜେରୀ ଅଫିସର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.