ମହାମାରୀରୁ ଦେଶକୁ ରକ୍ଷା କରିପାରିବେ ପ୍ରଧାନମନ୍ତ୍ରୀ... ୯୩.୫% ଭାରତୀୟଙ୍କର ମୋଦିଙ୍କ ଉପରେ ରହିଛି ଭରସା

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪।୪: ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ ରୁ ଦେଶକୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିଛନ୍ତି । ଏହି ଉଦ୍ୟମରେ ସେ ଅନ୍ୟ ଦେଶର ମୁଖ୍ୟମାନଙ୍କଠାରୁ ବହୁ ଆଗରେ ଅଛନ୍ତି । ଏଭଳି ପରିସ୍ଥିତିରେ ୯୩.୫% ଭାରତୀୟ ମଧ୍ୟ ଆତ୍ମବିଶ୍ବାସ ବ୍ୟକ୍ତ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ଏହି ସଙ୍କଟରୁ ରକ୍ଷା କରିବେ ।

{"id":258615,"sizeSlug":"large"}

ମାର୍ଚ୍ଚ ୨୫ରୁ କେନ୍ଦ୍ର ସରକାର ୨୧ଦିନିଆ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରିଥିଲେ । ଯାହାକି ପୁର୍ନବାର ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । IANS-C ଭୋଟର କୋଭିଡ-୧୯ ଟ୍ରାକର ଅନୁଯାୟୀ, ଲକ୍ ଡାଉନ୍ ପ୍ରଥମ ଦିନରେ ୭୬.୮% ଲୋକ ମୋଦି ସରକାରଙ୍କ ଉପରେ ଭରସା କରୁଥିଲେ । ଅପ୍ରେଲ ୨୧ ସୁଦ୍ଧା ୯୩.୫% ଦେଶବାସୀ ସରକାରଙ୍କ ନିଷ୍ପତ୍ତିରେ ଖୁସି ଅଛନ୍ତି ଏବଂ ସେମାନେ ବିଶ୍ବାସ କରନ୍ତି ଯେ ସରକାର କରୋନା ସଙ୍କଟକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରୁଛନ୍ତି ।

{"id":255755,"sizeSlug":"large"}

ମାର୍ଚ୍ଚ ୧୬ ରୁ ଅପ୍ରେଲ ୨୦ ମଧ୍ୟରେ କରାଯାଇଥିବା ସର୍ଭେରୁ ଜଣାଯାଇଛି ଯେ, ଆଗକୁ ଯୋଜନା କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ସେମାନେ ରାସନ, ଔଷଧ ଏବଂ ସେମାନଙ୍କ କ୍ରୟ ପାଇଁ ପୃଥକ ଭାବେ ଅର୍ଥ ରଖୁଛନ୍ତି । ସର୍ଭେରେ ଅପ୍ରେଲ ୨୦ ସୁଦ୍ଧା ୪୨.୯ ପ୍ରତିଶତ ଉତ୍ତରଦାତା ୩ ସପ୍ତାହରୁ ଅଧିକ ସମୟ ପାଇଁ ରାସନ ଏବଂ ଔଷଧ ସଂଗ୍ରହ କରିଥିବାବେଳେ ୨ ସପ୍ତାହରୁ କମ୍ ଲୋକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୫୬.୯ ପ୍ରତିଶତରୁ ଅଧିକ ରହିଛି ।

{"id":254108,"sizeSlug":"large"}

ସୂଚନାଯୋଗ୍ୟ ଯେ, ନିକଟରେ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଗେଟ୍ସ କହିଥିଲେ ଯେ, କରୋନା ବିରୋଧରେ ଲଢେଇରେ ମୋଦି ସରକାର ଯେପରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି, ସେଥିପାଇଁ ସେ ତାଙ୍କର ପ୍ରଶଂସା କରୁଛନ୍ତି । ଭାରତ ଠିକ୍ ସମୟରେ ଦେଶରେ ଲକ୍ ଡାଉନ୍ କରିଛି । ଏଥିସହ ହଟସ୍ପଟ୍ ସ୍ଥାନ ଚିହ୍ନଟ କରାଯାଇଛି ଏବଂ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଶାସନ ସହାୟତାରେ ହୋମ୍ ଆଇସୋଲେସନରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.