Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କରୋନାକୁ ମାତ୍ ଦେଲେ ୯୨ ବର୍ଷୀୟା ନଳିନୀ ପ୍ରଭା, ସମ ହସପିଟାଲକୁ ଧନ୍ୟବାଦ ଦେଲେ ପରିବାର

19/06/2021 at 12:32 PM

ଭଦ୍ରକ ୧୯/୬ : ହସଖୁସିରେ ଚାଲିଥିଲା ୯୨ ବର୍ଷୀୟା ନଳିନୀପ୍ରଭା ଜେନା ସଂସାର । ହଟାତ ଘୋଟି ଆସିଲା କାରୋନାର କଳା ବାଦଲ । ପରିବାରର ଅଧିକାଂଶ ସଦସ୍ୟ ସଂକ୍ରମିତ ଚିହ୍ନଟ ହେଲେ । ଆଉ କାରୋନା ଦାଉରୁ ରକ୍ଷା ପାଇଲେ ନାଥିଲେ ୯୨ ବର୍ଷୀୟା ନଳିନୀପ୍ରଭା । ୧୦ ଦିନ କୋଭିଡ କେୟାରରେ ଚିକିତ୍ସିତ ହେଲେ । ଗୋଟିଏ ଦିନ ଅକ୍ସିଜେନ ସପୋର୍ଟରେ ରହିଲେ କିନ୍ତୁ ଅମ୍ଳଜାନ ସ୍ତର ଖସିବାରେ ଲାଗିଥିଲା ।

ତାଙ୍କ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ସମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଉ ସେଠାରେ ମାତ୍ର କେଇଟା ଦିନର ଚିକିତ୍ସାରେ ସମ୍ପୂର୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ନଳିନୀ । ଆଉ ଏ ବୟସରେ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ନିଜେ ନଳିନୀପ୍ରଭା କହୁଛନ୍ତି ବହୁତ ଭଲ ସେବା ଯୋଗାଇଥିଲା ସମ ହସ୍ପିଟାଲ । ନିଜ ଦୃଢ ବିଶ୍ବାସ, ଇଚ୍ଚାଶକ୍ତି ଓ ସମ ହସ୍ପିଟାଲର ଚିକିତ୍ସା ସୁବିଧା ପାଇଁ ସେ କାରୋନାକୁ ହରାଇଥିବା କହିଛନ୍ତି ନଳିନୀ ।

ନଳିନୀଙ୍କ ପୁଅ କହିଛନ୍ତି ଯେ ଏମିତି ପରିସ୍ଥିତି ଥିଲା ଯେ ମାଆଙ୍କୁ ଫେରିପାଇବା ଆଶା କ୍ଷୀଣ ହୋଇଥିଲା । ସମ ହସପିଟାଲର ଡାକ୍ତର ଓ ସେବାରେ ନିୟୋଜିତ କାରୋନା ଯୋଦ୍ଧାଙ୍କ ଉଦ୍ୟମ ଓ ସେବା ପାଇଁ ଆଜି ସେ ନିଜ ମାଙ୍କୁ ଫେରି ପାଇଛନ୍ତି ବୋଲି କହିଛନ୍ତି ।

ତାଙ୍କ ମାଆଙ୍କୁ ସମ ହସ୍ପିଟାଲରେ ମିଳିଥିବା ସେବା ସମସ୍ତଙ୍କୁ ମିଳୁ ଓ ସମସ୍ତେ ପୁଣି ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଆଶା ରଖିଛନ୍ତି । ତେବେ ସମ ହସ୍ପିଟାଲର ଅଧକ୍ଷଙ୍କ ସହ ସମର ମ୍ୟାନେଜମେଣ୍ଟ, ଡାକ୍ତର , ସ୍ୱାସ୍ଥ୍ୟକର୍ମୀ ଓ ସମସ୍ତ କର୍ମଚାରୀ ଙ୍କର ଊତରୋତ୍ତର କାମନା କରିଛନ୍ତି ନଳିନୀଙ୍କ ପରିବାର ।

   Related Posts