ଏକ ଅଜବ ଭୟ ଯୋଗୁଁ ୮୦ ବର୍ଷ ହେଲା ନିଜ ଚୁଟି କାଟି ନାହାନ୍ତି ଏହି ବ୍ୟକ୍ତି: ଚୁଟିର ଲମ୍ବ ୫ ମିଟର

Published By : Prameya-News7 Bureau | August 27, 2020 IST

ଭିଏତନାମ ୨୭/୦୮ : ଭିଏତନାମର ଜଣେ ୯୨ ବର୍ଷ ବୟସ୍କ ବୃଦ୍ଧଙ୍କ ଫଟୋ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି | ବୃଦ୍ଧ ଜଣକ ପାଖାପାଖି ୮୦ ବର୍ଷ ହେଲାଣି ନିଜ ଚୁଟି କାଟି ନାହାନ୍ତି | ଫଳରେ ତାଙ୍କ ଚୁଟି ପାଖାପାଖି ୫ ମିଟର ଯାଏଁ ଲମ୍ବା ହୋଇଗଲାଣି | ନଗୁଏନ୍ ଭାନ୍ ଚେଇନ୍ ନାମକ ଏହି ବୃଦ୍ଧ କେବେ ଚୁଟି କୁଣ୍ଢେଇ ହୋଇନାହାନ୍ତି | ଏହା ପଛରେ ତାଙ୍କର ଏକ ଅଜବ ବିଶ୍ୱାସ ମଧ୍ୟ ରହିଛି | ଚେଇନ୍ କୁହନ୍ତି ଯଦି ସେ ନିଜର ଚୁଟି କାଟିଦେବେ ତେବେ ତାଙ୍କର ମୃତ୍ୟୁ ହୋଇଯିବ | ଏହା ତାଙ୍କର ବିଶ୍ୱାସ ଯାହାକୁ ଆପଣ ଅନ୍ଧବିଶ୍ୱାସ ମଧ୍ୟ କହିପାରିବେ |

{"id":321242,"sizeSlug":"large"}

ଚେଇନଙ୍କ ବିଶ୍ୱାସ ଯେ ଈଶ୍ୱର ମନୁଷ୍ୟକୁ ଯାହା ଦେଇଛନ୍ତି ତାହା କେବେ ଛୁଇଁବା କଥା ନୁହେଁ | ଈଶ୍ୱର ତାଙ୍କୁ ଚୁଟି ବଢାଇବାକୁ କହିଛନ୍ତି ବୋଲି ମଧ୍ୟ ସେ କୁହନ୍ତି | ଚେଇନ ୯ ଶକ୍ତି ଓ ୭ ଭଗବାନଙ୍କୁ ପୂଜା କରନ୍ତି| ସେ କୁହନ୍ତି ଯେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପଢିବା ଯାଏଁ ଚୁଟି କାଟୁଥିଲେ| କିନ୍ତୁ ଯେତେବେଳେ ତୃତୀୟ ଶ୍ରେଣୀକୁ ଗଲେ ଚୁଟି ନ କଟିବାକୁ ନିଷ୍ପତ୍ତି ନେଲେ |

{"id":321243,"sizeSlug":"large"}

ଚେଇନ ଦୁଆ ନାମକ ଏକ ଧର୍ମରେ ବିଶ୍ୱାସ କ୍ରାନ୍ତି | ଏହା ଏକ ନଡ଼ିଆ ଧର୍ମ | ଏହାର ସଂସ୍ଥାପକ ସାରା ଜୀବନ ନଡ଼ିଆ ବା ପଇଡରେ ହିଁ ବଞ୍ଚୁଥିଲେ ବୋଲି କୁହାଯାଏ | ଚେଇନକା ପଞ୍ଚମ ପୁତ୍ର ତାଙ୍କୁ ତାଙ୍କ ଚୁଟି ସଜାଡିବାରେ ସାହାଯ୍ୟ କରନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.