ସାମାନ୍ୟ ୨୨୫୦ଟଙ୍କା ପେନସନ ପାଇଁ ଚାଲିଗଲା ୯୦ବର୍ଷୀୟା ବୃଦ୍ଧାଙ୍କର ଜୀବନ : ବଙ୍କୁଲିବାଡ଼ିରେ ପିଟି ପିଟି ହତ୍ୟା କଲେ ୯୨ବର୍ଷୀୟ ସ୍ବାମୀ

Published By : Prameya-News7 Bureau | November 06, 2020 IST

ଗୁଣ୍ଟୁର ୬/୧୧ : ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଏକ ଅଦ୍ଭୁତ ଘଟଣା ସାମନାକୁ ଆସିଛି। ପେନସନର ମୋଟ ୨୨୫୦ଟଙ୍କାରୁ ଭାଗବାଣ୍ଟ ପାଇଁ ୯୨ବର୍ଷୀୟ ବୃଦ୍ଧ ବ୍ୟକ୍ତି ନିଜ ୯୦ବର୍ଷୀୟା ବୃଦ୍ଧା ପତ୍ନୀଙ୍କୁ ହତ୍ୟା କରି ଦେଇଛନ୍ତି। ଉଭୟଙ୍କ ବିବାହ ୨୫ବର୍ଷ ତଳେ ହୋଇଥିଲା।

ହତ୍ୟା ଅଭିଯୁକ୍ତଙ୍କ ନାଁ ସ୍ୟାମୁଏଲ ବୋଲି ଜଣା ପଡ଼ିଛି। ମୃତ ପତ୍ନୀଙ୍କ ନାଁ ହେଉଛି ଅପ୍ରାୟମ୍ମା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସରକାରଙ୍କ ପ୍ରତ୍ୟେକ ପରିବାରକୁ ପେନସନ ସ୍କିମ୍ ଜରିଆରେ ଅପ୍ରାୟମ୍ମାଙ୍କୁ ପ୍ରତି ମାସରେ ଟଙ୍କା ମିଳୁଥିଲା।

ପୋଲିସର କହିବା ଅନୁସାରେ ସ୍ୟାମୁଏଲ୍ ଏବଂ ଅପ୍ରାୟମ୍ମାଙ୍କ ମଧ୍ୟରେ ଏହି ପେନସନ ଟଙ୍କାକୁ ନେଇ ଝଗଡ଼ା ହୋଇଯାଇଥିଲା। ନଭେମ୍ବର ୨ତାରିଖ ରାତିରେ ଟଙ୍କାକୁ ନେଇ ହୋଇଥିବା ବିବାଦ ପରେ ସ୍ୟାମୁଏଲ୍ ନିଜ ବଙ୍କୁଲିବାଡ଼ିରେ ତାଙ୍କୁ ହତ୍ୟା କରି ଦେଇଥିଲେ। ପରେ ଅଭିଯୁକ୍ତ ନିଜ ପୁଅ ଏବଂ ନାତି-ନାତୁଣୀଙ୍କୁ ହତ୍ୟା ବିଷୟରେ ସୂଚିତ କରି ଦେଇଥିଲେ।

ପୋଲିସ୍ ସ୍ୟାମୁଏଲକୁ ଗିରଫ କରି ତାଙ୍କୁ ବିଚାରବିଭାଗୀୟ ହେପାଜତକୁ ପଠାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.