୯୧ ବର୍ଷ ବୟସରେ ପଦାର୍ପଣ କଲେ ସୁର ସାମ୍ରାଜ୍ଞି ଲତା ମଙ୍ଗେସକର୍: ଏହି କାରଣରୁ କରିନଥିଲେ ବିବାହ

Published By : Prameya-News7 Bureau | September 28, 2020 IST

ମୁମ୍ବାଇ ୨୮/୦୯ : ସେପ୍ଟେମ୍ବର ୨୮ ତାରିଖ ସୁର ସାମ୍ରାଜ୍ଞି ଭାରତ ରତ୍ନ ଲତା ମଙ୍ଗେସକରଙ୍କର ୯୧ତମ ଜନ୍ମଦିନ । ମଧ୍ୟ ପ୍ରଦେଶ ଇନ୍ଦୋରରେ ଜନ୍ମ ନେଇଥିବା ଲତା ୪୦ ଦଶକରେ ଗୀତ ଗାଇବା ଆରମ୍ଭ କରିଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୩ ବର୍ଷ ବୟସ ହୋଇଥିଲା । ଗାୟିକା ଦୁନିଆରେ ଲତା ମଙ୍ଗେସକରଙ୍କର ଏକ ମହତ୍ଵପୁର୍ଣ ଭୂମିକା ରହିଛି । ତାଙ୍କୁ ଏବେ ସୁଦ୍ଧା ୩ଟି ନ୍ୟାସନାଲ ଆୱାର୍ଡ ମିଳିଛି । ଭାରତ ସରକାର ୧୯୬୯ ମସିହାରେ ତାଙ୍କୁ ପଦ୍ମ ଭୂଷଣ, ୧୯୯୯ ମସିହାରେ ପଦ୍ମ ବିଭୂଷଣ ଓ ୨୦୦୧ ମସିହାରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ ।

{"id":335567,"width":562,"height":562,"sizeSlug":"large"}

ଲତା ମଙ୍ଗେସକରଙ୍କ ଜୀବନ ସହ ଜଡିତ ଅନେକ କାହାଣୀ ଲୋକ ଶୁଣିଛନ୍ତି । ୧୪ ବର୍ଷ ବୟସରୁ ଲତା କାମ କରିବା ଆରମ୍ଭ କରିଦେଇଥିଲେ । ପିତାଙ୍କ ଅକାଳ ବିୟୋଗ ପରେ ତାଙ୍କ ଉପରେ ପରିବାରର ବୋଝ ଆସିଥିଲା । ସେ ପରିବାରରେ ବଡ ହୋଇଥିବାରୁ ପରିବାର ସମ୍ଭାଳିବା ଦାୟିତ୍ୱ ବହନ କରିଥିଲେ । ଲତାଙ୍କ ପ୍ରଥମ ଆୟ ମାତ୍ର ୨୫ ଟଙ୍କା ଥିଲା । ଏକ କାର୍ଯ୍ୟକ୍ରମରେ ଷ୍ଟେଜରେ ଗାଇଥିବାରୁ ତାଙ୍କୁ ୨୫ ଟଙ୍କା ପାରିଶ୍ରମିକ ମିଳିଥିଲା । ପିଲା ଦିନୁ ସେ ବହୁତ ସଂଘର୍ଷ କରିଥିଲେ । ପୁରା ପରିବାରର ଦାୟିତ୍ୱ ତାଙ୍କ ଉପରେ ଥିବାରୁ ସେ ବିବାହ କରିନଥିଲେ । ବିବାହ କରିବାକୁ ବହୁତ ଥର ଚିନ୍ତା କରିଥିଲେ କିନ୍ତୁ କରିପାରିନଥିଲେ ।

ଲତାଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକ ଲତା ଗାଇଥିବା ଗୀତ ସେୟାର କରିଥାନ୍ତି । କିନ୍ତୁ ଏମିତି ଏକ ଗୀତ ଅଛି ଯାହା ନା କେବଳ ଲତା ମଙ୍ଗେସକରଙ୍କର ପସନ୍ଦ ଗୀତ ବରଂ ତାଙ୍କ ପାଇଁ ହିଁ ଲେଖାଯାଇଥିଲା ।

{"id":335568,"sizeSlug":"large"}

୧୯୭୭ ମସିହାରେ ଫିଲ୍ମ କିନାରା ରିଲିଜ ହୋଇଥିଲା । ଏହି ଫିଲ୍ମରେ ହେମା ମାଳିନୀ, ଜିତେନ୍ଦ୍ର ଓ ଧର୍ମେନ୍ଦ୍ର ଅଭିନୟ କରିଛନ୍ତି । ଫିଲ୍ମର ଗୀତ 'ନାମ ଗୁମ ଯାଏଗା' ଲତାଙ୍କ ବ୍ୟକ୍ତିଗତ ପସନ୍ଦର ଗୀତମାନଙ୍କ ମଧ୍ୟରୁ ଗୋଟିଏ ।

{"id":335572,"sizeSlug":"large"}

ଲତା ମଙ୍ଗେସକରଙ୍କ ଜୀବନ ସହ ଜଡିତ ଅନେକ କାହାଣୀ ଲୋକ ଶୁଣିଛନ୍ତି । ୧୪ ବର୍ଷ ବୟସରୁ ଲତା କାମ କରିବା ଆରମ୍ଭ କରିଦେଇଥିଲେ । ପିତାଙ୍କ ଅକାଳ ବିୟୋଗ ପରେ ତାଙ୍କ ଉପରେ ପରିବାରର ବୋଝ ଆସିଥିଲା । ସେ ପରିବାରରେ ବଡ ହୋଇଥିବାରୁ ପରିବାର ସମ୍ଭାଳିବା ଦାୟିତ୍ୱ ବହନ କରିଥିଲେ । ଲତାଙ୍କ ପ୍ରଥମ ଆୟ ମାତ୍ର ୨୫ ଟଙ୍କା ଥିଲା । ଏକ କାର୍ଯ୍ୟକ୍ରମରେ ଷ୍ଟେଜରେ ଗାଇଥିବାରୁ ତାଙ୍କୁ ୨୫ ଟଙ୍କା ପାରିଶ୍ରମିକ ମିଳିଥିଲା । ପିଲା ଦିନୁ ସେ ବହୁତ ସଂଘର୍ଷ କରିଥିଲେ । ପୁରା ପରିବାରର ଦାୟିତ୍ୱ ତାଙ୍କ ଉପରେ ଥିବାରୁ ସେ ବିବାହ କରିନଥିଲେ । ବିବାହ କରିବାକୁ ବହୁତ ଥର ଚିନ୍ତା କରିଥିଲେ କିନ୍ତୁ କରିପାରିନଥିଲେ ।

{"id":335569,"sizeSlug":"large"}

ଲତାଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକ ଲତା ଗାଇଥିବା ଗୀତ ସେୟାର କରିଥାନ୍ତି । କିନ୍ତୁ ଏମିତି ଏକ ଗୀତ ଅଛି ଯାହା ନା କେବଳ ଲତା ମଙ୍ଗେସକରଙ୍କର ପସନ୍ଦ ଗୀତ ବରଂ ତାଙ୍କ ପାଇଁ ହିଁ ଲେଖାଯାଇଥିଲା ।

୧୯୭୭ ମସିହାରେ ଫିଲ୍ମ କିନାରା ରିଲିଜ ହୋଇଥିଲା । ଏହି ଫିଲ୍ମରେ ହେମା ମାଳିନୀ, ଜିତେନ୍ଦ୍ର ଓ ଧର୍ମେନ୍ଦ୍ର ଅଭିନୟ କରିଛନ୍ତି | ଫିଲ୍ମର ଗୀତ 'ନାମ ଗୁମ ଯାଏଗା' ଲତାଙ୍କ ବ୍ୟକ୍ତିଗତ ପସନ୍ଦର ଗୀତମାନଙ୍କ ମଧ୍ୟରୁ ଗୋଟିଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.